ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ବିଲରୁ କାମସାରି ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ପରେ ସ୍ଥାନୀୟ ଜଣେ ମହିଳା ଉକ୍ତ ବୃଦ୍ଧ ଜଣଙ୍କ ପୋଖରୀ ତୁଠରେ ବସିଥିବାର ଦେଖିଥିବାର ସୂଚନା […] The post ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ appeared first on Dharitri Odia News.

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ବିଲରୁ କାମସାରି ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ।

ପରେ ସ୍ଥାନୀୟ ଜଣେ ମହିଳା ଉକ୍ତ ବୃଦ୍ଧ ଜଣଙ୍କ ପୋଖରୀ ତୁଠରେ ବସିଥିବାର ଦେଖିଥିବାର ସୂଚନା ଦେବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପୋଖରୀରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଖୋଜା ଖୋଜି ସମୟରେ ପୋଖରୀ ମଧ୍ୟରୁ ନିଖୋଜ ଥିବା ବୃଦ୍ଧଙ୍କର ଲୁଙ୍ଗି ଓ ଗାମୁଛା ମିଳିବା ପରେ ଉକ୍ତ ବୃଦ୍ଧ ଜଣଙ୍କ ପୋଖରୀରେ ବୁଡି ଯାଇଥିବା ସନ୍ଦେହକୁ ଅଧିକ ଦୃଢ଼ କରିଥିଲା।

ଆଜି ସକାଳୁ ପୁନଶ୍ଚ ଅଗ୍ନିଶମ ବାହିନୀ ତରଫରୁ ରଶ୍ମି ରଂଜନ ଲେଙ୍କା,ସତ୍ୟବ୍ରତ ନାୟକ,ଭଗବାନ ନାୟକ,ତପନ କୁମାର ମଲ୍ଲିକ,ଆଦିକନ୍ଦ ପରିଡା ଓ ଚନ୍ଦନ ମଲ୍ଲିକ ଖୋଜା ଖୋଜି କରିବା ପରେ ନିଖୋଜ ଥିବା ଅବନୀ ଙ୍କ ମୃତ ଦେହକୁ ପୋଖରୀ ମଧ୍ୟ ରୁ ଉଦ୍ଧାର କରିଥିଲେ। ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

The post ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ appeared first on Dharitri Odia News.