ଶୌଚ ହେବାକୁ ଯାଇ ପୁଅର ମୃତ୍ୟୁ, ବଞ୍ଚାଇବାକୁ ଯାଇ ଚାଲିଗଲା ମାଆ
ବୋରିଗୁମ୍ମା ୦୨/୦୮: ବିଦ୍ୟୁତ ଆଘାତର ମାଆ ପୁଅ ମୃତ୍ୟୁ । ପୁଅକୁ ବଞ୍ଚେଇବାକୁ ଯାଇ ମାଆ ପୁଅର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ। ସୂଚନା ଥାୁକି, ଶୁକ୍ରବାର ସକାଳୁ ସକାଳୁ ଦୁର୍ଯ୍ୟୋଧନ ଅମନାତ୍ୟ ଶୌଚ ହୋଇ ଘରେ ତାରରେ ଥିବା ଗାମୁଛାକୁ କାଢୁଥିଲେ ପୋଛିହେବାକୁ । ଏତିକି ବେଳେ ହଠାତ କରେଣ୍ଟଲାଗିଥିଲା । ତେବେ ବିଦ୍ୟୁତ ଆଘାତର ଛଟପଟ ହେଉଥିବା ଦେଖି ତାଙ୍କ ମାଆ ରାମା ଅମନାତ୍ୟ ପୁଅକୁ ବଞ୍ଚେଇବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଛଟପଟ ହୋଇ ତଳେ ପଡି ଯାଇଥିଲେ।ସେହି ସମୟରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଆଉ ଶାଶୁଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା କିନ୍ତୁ ଭାଗ୍ୟ ବଶତଃ ସେମାନେ ଅଳ୍ପକେ ବର୍ତ୍ତିଗଲେ।ତେବେ ଦୁର୍ଯ୍ୟୋଧନ ଏବଂ ମାଆ ରାମାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣା ପରେ ଜୟନ୍ତଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବୋରିଗୁମ୍ମା ୦୨/୦୮: ବିଦ୍ୟୁତ ଆଘାତର ମାଆ ପୁଅ ମୃତ୍ୟୁ । ପୁଅକୁ ବଞ୍ଚେଇବାକୁ ଯାଇ ମାଆ ପୁଅର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ।
ସୂଚନା ଥାୁକି, ଶୁକ୍ରବାର ସକାଳୁ ସକାଳୁ ଦୁର୍ଯ୍ୟୋଧନ ଅମନାତ୍ୟ ଶୌଚ ହୋଇ ଘରେ ତାରରେ ଥିବା ଗାମୁଛାକୁ କାଢୁଥିଲେ ପୋଛିହେବାକୁ । ଏତିକି ବେଳେ ହଠାତ କରେଣ୍ଟଲାଗିଥିଲା । ତେବେ ବିଦ୍ୟୁତ ଆଘାତର ଛଟପଟ ହେଉଥିବା ଦେଖି ତାଙ୍କ ମାଆ ରାମା ଅମନାତ୍ୟ ପୁଅକୁ ବଞ୍ଚେଇବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଛଟପଟ ହୋଇ ତଳେ ପଡି ଯାଇଥିଲେ।
ସେହି ସମୟରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଆଉ ଶାଶୁଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା କିନ୍ତୁ ଭାଗ୍ୟ ବଶତଃ ସେମାନେ ଅଳ୍ପକେ ବର୍ତ୍ତିଗଲେ।ତେବେ ଦୁର୍ଯ୍ୟୋଧନ ଏବଂ ମାଆ ରାମାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଘଟଣା ପରେ ଜୟନ୍ତଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।