ଶୌଚ ହେବାକୁ ଯାଇଥିବା ବେଳେ ଯୁବତୀଙ୍କୁ ବଳାତ୍କାର: ପୀଡ଼ିତାଙ୍କ ବାପା କହିଲେ…
କୋରାପୁଟ,୨୭।୭(ଅମିତାଭ ବେହେରା): କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଖଡାମାଳିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’ ବାପା। ମିଳିଥିବା ସୂଚନା ମୂତାବକ, ପ୍ରତିଦିନ ଭଳି ଗତ ୨୫ ତାରିଖରେ ଯୁବତୀ ଜଣକ ଶୌଚ ହେବା ପାଇଁ ଘର ନିକଟସ୍ଥ ନଦୀକୁ ଯାଇଥିଲେ। ସେତିକିବେଳେ ନୂଆଗୁଡା ଗ୍ରାମର ମନୋଜ ବେନିଆ ନାମକ ଜଣେ ବିବାହିତ ପୁରୁଷ ଜୋର ଜବରଦସ୍ତ […] The post ଶୌଚ ହେବାକୁ ଯାଇଥିବା ବେଳେ ଯୁବତୀଙ୍କୁ ବଳାତ୍କାର: ପୀଡ଼ିତାଙ୍କ ବାପା କହିଲେ… appeared first on Dharitri Odia News.
କୋରାପୁଟ,୨୭।୭(ଅମିତାଭ ବେହେରା): କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଖଡାମାଳିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’ ବାପା।
ମିଳିଥିବା ସୂଚନା ମୂତାବକ, ପ୍ରତିଦିନ ଭଳି ଗତ ୨୫ ତାରିଖରେ ଯୁବତୀ ଜଣକ ଶୌଚ ହେବା ପାଇଁ ଘର ନିକଟସ୍ଥ ନଦୀକୁ ଯାଇଥିଲେ। ସେତିକିବେଳେ ନୂଆଗୁଡା ଗ୍ରାମର ମନୋଜ ବେନିଆ ନାମକ ଜଣେ ବିବାହିତ ପୁରୁଷ ଜୋର ଜବରଦସ୍ତ ଯୁବତୀଙ୍କୁ ଟେକିନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ପୀଡ଼ିତାଙ୍କ ବାପା କୌଣସି କାମରେ ୨୫ ତାରିଖରେ ବାହାରକୁ ଯାଇଥିଲେ, ଆସିବା ପରେ ଝିଅ ଘଟଣା ସମ୍ପର୍କରେ କହିଥିଲେ। ପରେ ଗ୍ରାମର ସମ୍ପର୍କୀୟଙ୍କୁ ନେଇ ଶନିବାର ଆଲୋଚନା କରି ସଦର ଥାନାରେ ଏତଲା ଦିଆଯାଇଛି। ପୀଡ଼ିତାଙ୍କୁ ଅଭିଯୁକ୍ତ ଜଣକ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ଧାରା ୬୪(୧) ୩୫୧(୩) ବିଏନ୍ଏସ୍ରେ ଏକ ବଳାତ୍କାର ମାମଲା(ନଂ.୧୨୫/୨୦୨୫) ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା କୋରାପୁଟ ସଦର ଥାନା ଅଧିକାରୀ ରୁନୁ ମାଝୀ କହିଛନ୍ତି। ରବିବାର ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି।
The post ଶୌଚ ହେବାକୁ ଯାଇଥିବା ବେଳେ ଯୁବତୀଙ୍କୁ ବଳାତ୍କାର: ପୀଡ଼ିତାଙ୍କ ବାପା କହିଲେ… appeared first on Dharitri Odia News.