ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଲମତାପୁଟ ୦୩।୦୭ : ପୋଖରୀରେ ବୁଡି ବୃଦ୍ଧା ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୋଡିହଞ୍ଜର ଗାଁରେ ୭୭ ବର୍ଷୀୟ ବୃଦ୍ଧା ବୁଦେଇ ମୁଦୁଲିଙ୍କ ମୃତ୍ୟୁ ହୋଇଛି । ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ସମୟରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ବୁଦେଇ ମୁଦୁଲି । ଏହି ସମୟରେ ହଠାତ୍‌ ତାଙ୍କର ଗୋଡ ଖସି ଯାଇଥିଲା । ଆଉ ପାଣିରେ ବୁଡିଯାଇଥିଲେ । ସେପଟେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତି ପ୍ରାୟ ୧୨ଟା ସମୟରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଏହାପରେ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।   

ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଲମତାପୁଟ ୦୩।୦୭ : ପୋଖରୀରେ ବୁଡି ବୃଦ୍ଧା ମୃତ୍ୟୁ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗୋଡିହଞ୍ଜର ଗାଁରେ ୭୭ ବର୍ଷୀୟ ବୃଦ୍ଧା ବୁଦେଇ ମୁଦୁଲିଙ୍କ ମୃତ୍ୟୁ ହୋଇଛି । ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ସମୟରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ବୁଦେଇ ମୁଦୁଲି । ଏହି ସମୟରେ ହଠାତ୍‌ ତାଙ୍କର ଗୋଡ ଖସି ଯାଇଥିଲା । ଆଉ ପାଣିରେ ବୁଡିଯାଇଥିଲେ । ସେପଟେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତି ପ୍ରାୟ ୧୨ଟା ସମୟରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଏହାପରେ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।