‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’
ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ ସଙ୍କଟ ଦୂର କରିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ୨୦୨୩ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତିଦିନ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲାମାନଙ୍କର ମୃତ୍ୟୁ ଅସୁରକ୍ଷିତ ଜଳ, ପରିମଳ ଏବଂ ସ୍ବଚ୍ଛତା କାରଣରୁ ହେଉଛି। ଯେତେବେଳେ କି […] The post ‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’ appeared first on Dharitri Odia News.
ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ ସଙ୍କଟ ଦୂର କରିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ୨୦୨୩ରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତିଦିନ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲାମାନଙ୍କର ମୃତ୍ୟୁ ଅସୁରକ୍ଷିତ ଜଳ, ପରିମଳ ଏବଂ ସ୍ବଚ୍ଛତା କାରଣରୁ ହେଉଛି। ଯେତେବେଳେ କି ଉନ୍ନତ ପରିମଳ ପ୍ରତିବର୍ଷ ୧.୪ ନିୟୁତ ଜୀବନ ରକ୍ଷା କରିପାରିବ। ଯାହା ଶୌଚାଳୟର ଆବଶ୍ୟକତାକୁ ଦର୍ଶାଉଛି।
୨୦୧୩ ଠାରୁ ପାଳନ କରାଯାଉଥିବା ଏହି ଦିନ, ନିରାପଦ ତଥା ଶୌଚାଳୟର ଉପଲବ୍ଧ ସୁବିଧା ଉପରେ ଗୁରୁତ୍ୱ ଦିଏ। ଏହି ଦିନ ପାଳିବାର ଲକ୍ଷ୍ୟ ରହିଛି ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଜଳ ଏବଂ ପରିମଳ ସୁନିଶ୍ଚିତ କରିବା। ଚଳିତ ବର୍ଷ ଏହାର ବିଷୟବସ୍ତୁ ହେଉଛି ’ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’ ଯାହା ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ବ୍ୟବସ୍ଥିତ ଅବହେଳା ହେତୁ କୋଟି କୋଟି ଲୋକ ପରିମଳ ପାଇଁ ଅଧିକ ବିପଦର ସମ୍ମୁଖୀନ ହେଉଥିବା ଗୁରୁତ୍ୱାରୋପ କରିଛି।
ପର୍ଯ୍ୟାପ୍ତ ପରିମଳ ବ୍ୟବସ୍ଥା ଅଭାବ ହେତୁ ବର୍ତ୍ତମାନ ବିଶ୍ୱରେ ପ୍ରାୟ ୩.୫ ବିଲିୟନ ଲୋକ ନିରାପଦରେ ପରିଚାଳିତ ପରିମଳ ବିନା ଜୀବନଯାପନ କରୁଥିବାବେଳେ ବିଶ୍ୱରେ ୪୧୯ ନିୟୁତ ଲୋକେ ବାହାରେ ମଳତ୍ୟାଗ କରୁଛନ୍ତି। ପରିମଳ ବ୍ୟବସ୍ଥା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରେ ଓ ସୁନିଶ୍ଚିତ କରେ ଯେ, ମାନବ ବର୍ଜ୍ୟବସ୍ତୁ ଇକୋସିଷ୍ଟମରେ ପ୍ରବେଶ କରେ ନାହିଁ ଏବଂ ସମ୍ପ୍ରଦାୟକୁ ବିପଦରୁ ରକ୍ଷା କରିଥାଏ।
The post ‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’ appeared first on Dharitri Odia News.