ଶ୍ରମିକ ଛଟେଇକୁ ବିରୋଧ
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣାସ୍ଥିତ ଏମ୍ଏସ୍ପି କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ବିଭିନ୍ନ ସମୟରେ ମନମୁଖୀ ଭାବେ ମାଲିକ ଛଟେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ସମିତି ସଭ୍ୟା କିରଣବାଳା ନାୟକ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ବସନ୍ତ ସାହୁ ଓ ଏଚ୍ଆର ମୁଖ୍ୟଙ୍କୁ ମାନବସମ୍ବଳ ଅଧିକାରୀ ମନୋରଞ୍ଜନ ମିଶ୍ର, ଚିଫ୍ ଆକାଉଣ୍ଟାଣ୍ଟ ହେଡ୍ ବିଆର୍ ନନ୍ଦଙ୍କୁ ଏହି ବିଷୟରେ […] The post ଶ୍ରମିକ ଛଟେଇକୁ ବିରୋଧ appeared first on Dharitri Odia News.
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣାସ୍ଥିତ ଏମ୍ଏସ୍ପି କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ବିଭିନ୍ନ ସମୟରେ ମନମୁଖୀ ଭାବେ ମାଲିକ ଛଟେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ସମିତି ସଭ୍ୟା କିରଣବାଳା ନାୟକ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ବସନ୍ତ ସାହୁ ଓ ଏଚ୍ଆର ମୁଖ୍ୟଙ୍କୁ ମାନବସମ୍ବଳ ଅଧିକାରୀ ମନୋରଞ୍ଜନ ମିଶ୍ର, ଚିଫ୍ ଆକାଉଣ୍ଟାଣ୍ଟ ହେଡ୍ ବିଆର୍ ନନ୍ଦଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ଶ୍ରମିକମାନଙ୍କୁ ଛଟେଇ କରିବା ନେଇ କାରଖାନା ମାଲିକ ଏବଂ ଇଡି ସହିତ ଆଲୋଚନା କରିବା ପରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ କାରଖାନା ବନ୍ଦ କରାଯିବ ବୋଲି ଶ୍ରୀମତୀ ନାୟକ ସମେତ ପୂର୍ଣ୍ଣଚନ୍ଦ୍ର ମହାକୁଡ଼,କ୍ଷେତ୍ର ମୁଣ୍ତା, ଲୋଚନ ମହାନ୍ତ, ମହେଶ୍ବର ଚକ୍ର, ଦୁର୍ଯ୍ୟୋଧନ ନାଏକ, କୃଷ୍ଣ ନାଏକ, ଜଗନ୍ନାଥ ମୁଣ୍ତା, ରାଘବ ନାଏକ ଶ୍ରମିକମାନେ ପ୍ରକାଶ କରିଛନ୍ତି।
The post ଶ୍ରମିକ ଛଟେଇକୁ ବିରୋଧ appeared first on Dharitri Odia News.