ଶ୍ରାବଣ ମାସ ପ୍ରଥମ ସୋମବାର, ଚନ୍ଦ୍ରଶେଖରଙ୍କୁ ଜଳଲାଗି କଲେ କାଉଡିଆ
ଆଠଗଡ ୨୨/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆ ମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି ।ବିଶ୍ୱାସ ରହିଛି ଧବଳେଶ୍ୱରଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ । ଚଳିତ ବର୍ଷ ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ଘଡିକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଥିବାରୁ କାଉଡ଼ିଆ ମାନେ ମାଟି ଏବଂ ପିତଳ ଘଡିରେ ଜଳଲାଗି କରିଥିଲେ । ପୂଜକ ସମିତି ପକ୍ଷରୁ ରାତ୍ର ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରି ମଙ୍ଗଳାଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁ ମାନେ ଜଳଲାଗି କରିଥିଲେ। ପୋଲିସ ପ୍ରଶାସନ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।
ଆଠଗଡ ୨୨/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆ ମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି ।
ବିଶ୍ୱାସ ରହିଛି ଧବଳେଶ୍ୱରଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ ।
ଚଳିତ ବର୍ଷ ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ଘଡିକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଥିବାରୁ କାଉଡ଼ିଆ ମାନେ ମାଟି ଏବଂ ପିତଳ ଘଡିରେ ଜଳଲାଗି କରିଥିଲେ । ପୂଜକ ସମିତି ପକ୍ଷରୁ ରାତ୍ର ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରି ମଙ୍ଗଳାଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁ ମାନେ ଜଳଲାଗି କରିଥିଲେ।
ପୋଲିସ ପ୍ରଶାସନ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।