ଶ୍ରାବଣ ମାସର ଚତୁର୍ଥ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ

ପଦ୍ମପୁର: ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ଜଳଲାଗି ପାଇଁ ଶିବ ମନ୍ଦିରରେ କାଉଡିଆଙ୍କର ଭିଡ ଲାଗିଥିଲା। ସକାଳୁ ସକାଳୁ ପଦ୍ମପୁର ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ ଜମାଇଥିଲେ। ପ୍ରଭୁ ମଲ୍ଲିକେଶ୍ୱର, ନିଲକଣ୍ଠେସ୍ୱର, ବାବା ଧବଳେଶ୍ଵର , ବାବା ପୁଡୁକେଶ୍ୱର,ଓ କାର୍ଣ୍ଣପାଡୁ ର ବାବା ଗଙ୍ଗାଧରପୀଠ ସବୁଠି କାଉଡିଆଙ୍କ ସମାଗମ ହୋଇଥିଲା। ନିଜ ନିଜର ମନସ୍କାମନା ପୂରଣ ଲାଗି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଥିଲେ କାଉଡିଆ। ବୋଲବମ୍ ନାରାରେ ସାରା […]

ଶ୍ରାବଣ ମାସର ଚତୁର୍ଥ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ
ପଦ୍ମପୁର: ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ଜଳଲାଗି ପାଇଁ ଶିବ ମନ୍ଦିରରେ କାଉଡିଆଙ୍କର ଭିଡ ଲାଗିଥିଲା। ସକାଳୁ ସକାଳୁ ପଦ୍ମପୁର ଅଞ୍ଚଳର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ ଜମାଇଥିଲେ। ପ୍ରଭୁ ମଲ୍ଲିକେଶ୍ୱର, ନିଲକଣ୍ଠେସ୍ୱର, ବାବା ଧବଳେଶ୍ଵର , ବାବା ପୁଡୁକେଶ୍ୱର,ଓ କାର୍ଣ୍ଣପାଡୁ ର ବାବା ଗଙ୍ଗାଧରପୀଠ ସବୁଠି କାଉଡିଆଙ୍କ ସମାଗମ ହୋଇଥିଲା। ନିଜ ନିଜର ମନସ୍କାମନା ପୂରଣ ଲାଗି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଥିଲେ କାଉଡିଆ। ବୋଲବମ୍ ନାରାରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସେପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଦେଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।