ଶ୍ରାବଣ ମାସରେ କିପରି ପାଇବ ପ୍ରଭୁଙ୍କ କୃପା…
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବଙ୍କୁ ଏହି ପବିତ୍ର ମାସରେ ନିଷ୍ଠାର ସହ ଉପାସନା କଲେ ପ୍ରଭୁ କୃପା ମିଳିବା ସହ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ତେବେ ଏହି ମାସରେ ଆଉ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ଏହି ମାସରେ ବ୍ରାହ୍ମଣ ତଥା ଗରିବ, ଅସହାୟ ଲୋକଙ୍କୁ ଦାନପୁଣ୍ୟ କରିବା ଶୁଭ। ଖାସ୍ କରି ଅନ୍ନ, ବସ୍ତ୍ର, ଜଳ, ଛତା ତଥା […] The post ଶ୍ରାବଣ ମାସରେ କିପରି ପାଇବ ପ୍ରଭୁଙ୍କ କୃପା… appeared first on Dharitri Odia News.
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବଙ୍କୁ ଏହି ପବିତ୍ର ମାସରେ ନିଷ୍ଠାର ସହ ଉପାସନା କଲେ ପ୍ରଭୁ କୃପା ମିଳିବା ସହ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ତେବେ ଏହି ମାସରେ ଆଉ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ଏହି ମାସରେ ବ୍ରାହ୍ମଣ ତଥା ଗରିବ, ଅସହାୟ ଲୋକଙ୍କୁ ଦାନପୁଣ୍ୟ କରିବା ଶୁଭ। ଖାସ୍ କରି ଅନ୍ନ, ବସ୍ତ୍ର, ଜଳ, ଛତା ତଥା ଧାର୍ମିକ ପୁସ୍ତକ ଦାନ କରିବା ଉତ୍ତମ ଫଳ ପ୍ରଦାନ କରିଥାଏ।
* ମନରେ କ୍ରୋଧ, ଲୋଭ, ହିଂସା ନ ରଖି, କାହା ପ୍ରତି ଅପଶବ୍ଦ ବ୍ୟବହାର ନ କରି ଉତ୍ତମ ଆଚରଣ କଲେ ପ୍ରଭୁ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।
* ତାମସିକ ଭୋଜନ ପରିବର୍ତ୍ତେ ସାତ୍ତ୍ୱିକ ଭୋଜନ କରିବା ଏ ମାସରେ ଶୁଭ ହୋଇଥାଏ।
* ଏହି ମାସରେ ଦେବ ଦେବ ମହାଦେବଙ୍କୁ ବେଲପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଶୁଭ ହୋଇଥାଏ।
* ଏହି ପବିତ୍ର ମାସରେ ରୁଦ୍ରାଭିଷେକ କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରଭୁଙ୍କର କରୁଣା ଥିଲେ ପୂଜା ସଫଳ ହୋଇ ମନୋସ୍କାମନା ପୂରଣ ହୁଏ।
* ଏହି ମାସରେ ପ୍ରତିଦିନ ବିଶେଷକରି ସୋମବାର ଦିନ ପବିତ୍ର ମନରେ ୧୦୮ ଥର ଓଁନମଃ ଶିବାୟ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ପ୍ରଭୁ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।
* ଗୋ-ସେବା କରିବା ମଧ୍ୟ ଏହି ମାସରେ ଶୁଭ ଫଳ ପ୍ରଦାନ କରିଥାଏ।
The post ଶ୍ରାବଣ ମାସରେ କିପରି ପାଇବ ପ୍ରଭୁଙ୍କ କୃପା… appeared first on Dharitri Odia News.