ଶ୍ରାବଣରେ ପିନ୍ଧନ୍ତୁ ସବୁଜ ରଙ୍ଗର ଚୁଡି, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ ୨୧।୦୭; ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କର ଜଳାଭିଷେକ କରିବା ଅତ୍ୟନ୍ତ ଶୁଭଙ୍କର । ଶ୍ରାବଣରେ ଦାନ, ଧର୍ମ, ଧ୍ୟାନଯୋଗ ସହିତ ଆଧ୍ୟାତ୍ମିକ ଉନ୍ନତି କରିବାର ପ୍ରକୃଷ୍ଟ ଅବସର। ଶରୀର ସହିତ ଯେହେତୁ ମନର ସଂଯୋଗ ରହିଛି ଏଣୁ ପୋଷାକ ପରିଧାନ,ବେଶଭୂଷା ମଧ୍ୟ ସାତ୍ତ୍ୱିକ ହେଲେ ଭଲ। ଧାରା ଶ୍ରାବଣରେ ପ୍ରକୃତି ଯେହେତୁ ସବୁଜମୟ ହୋଇଥାଏ, ପ୍ରକୃତିର ପ୍ରତୀକ ମାତୃଜାତି ପାଇଁ ମଧ୍ୟ ଏହାର ବିଶେଷତ୍ୱ ରହିଛି। ବିବାହିତା ତଥା ଅବିବାହିତା ମହିଳା,କନ୍ୟାମାନେ ଶ୍ରାବଣରେ ହାତରେ ମେହେନ୍ଦି ଲଗାଇବା ଓ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ମହତ୍ତ୍ୱ ପୂର୍ଣ୍ଣ ଅଟେ । ମାନ୍ୟତା ରହିଛି ଯେ, ସବୁଜ ରଙ୍ଗ ମାତା ଗୌରୀଙ୍କର ପ୍ରିୟ ରଙ୍ଗ । ଏହି ଶ୍ରାବଣରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ । ମାନ୍ୟତା ରହିଛିଯେ ସବୁଜ ରଙ୍ଗ ଧାରଣ କଲେ ଶିବ-ପାର୍ବତୀଙ୍କ କୃପା ମିଳିପାରେ। ସୌଭାଗ୍ୟର ପ୍ରତୀକ ସବୁଜ ରଙ୍ଗର ଚୁଡ଼ି କିଣିବା ଏବଂ ପିନ୍ଧିବାର ମଧ୍ୟ ନିର୍ଦ୍ଦିଷ୍ଟ ଶୁଭ ଦିନ ରହିଛି । ଏହାକୁ ପିନ୍ଧିବାର ବିଧି ମଧ୍ୟ ରହିଛି । ଶ୍ରାବଣ ମାସର ପ୍ରତ୍ୟେକଟି ଦିନ ପବିତ୍ର ଦିନ । ଯେକୌଣସି ଦିନ ସବୁଜ ଚୁଡ଼ି କିଣିପାରିବେ । ତେବେ ସୋମବାର ଏବଂ ଶୁକ୍ରବାର ସବୁଠୁ ଉତ୍କୃଷ୍ଟ ଦିନ । କାରଣ ସୋମବାର ଶିବଙ୍କର ଦିବସ ହୋଇଥିବାବେଳେ ଶୁକ୍ରବାର ମାତା ପାର୍ବତୀଙ୍କର ଦିନ ଅଟେ । ଚୁଡ଼ି କିଣି ପ୍ରଥମେ ମା’
ନୂଆଦିଲ୍ଲୀ ୨୧।୦୭; ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କର ଜଳାଭିଷେକ କରିବା ଅତ୍ୟନ୍ତ ଶୁଭଙ୍କର । ଶ୍ରାବଣରେ ଦାନ, ଧର୍ମ, ଧ୍ୟାନଯୋଗ ସହିତ ଆଧ୍ୟାତ୍ମିକ ଉନ୍ନତି କରିବାର ପ୍ରକୃଷ୍ଟ ଅବସର। ଶରୀର ସହିତ ଯେହେତୁ ମନର ସଂଯୋଗ ରହିଛି ଏଣୁ ପୋଷାକ ପରିଧାନ,ବେଶଭୂଷା ମଧ୍ୟ ସାତ୍ତ୍ୱିକ ହେଲେ ଭଲ। ଧାରା ଶ୍ରାବଣରେ ପ୍ରକୃତି ଯେହେତୁ ସବୁଜମୟ ହୋଇଥାଏ, ପ୍ରକୃତିର ପ୍ରତୀକ ମାତୃଜାତି ପାଇଁ ମଧ୍ୟ ଏହାର ବିଶେଷତ୍ୱ ରହିଛି। ବିବାହିତା ତଥା ଅବିବାହିତା ମହିଳା,କନ୍ୟାମାନେ ଶ୍ରାବଣରେ ହାତରେ ମେହେନ୍ଦି ଲଗାଇବା ଓ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ମହତ୍ତ୍ୱ ପୂର୍ଣ୍ଣ ଅଟେ ।
ମାନ୍ୟତା ରହିଛି ଯେ, ସବୁଜ ରଙ୍ଗ ମାତା ଗୌରୀଙ୍କର ପ୍ରିୟ ରଙ୍ଗ । ଏହି ଶ୍ରାବଣରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ । ମାନ୍ୟତା ରହିଛିଯେ ସବୁଜ ରଙ୍ଗ ଧାରଣ କଲେ ଶିବ-ପାର୍ବତୀଙ୍କ କୃପା ମିଳିପାରେ। ସୌଭାଗ୍ୟର ପ୍ରତୀକ ସବୁଜ ରଙ୍ଗର ଚୁଡ଼ି କିଣିବା ଏବଂ ପିନ୍ଧିବାର ମଧ୍ୟ ନିର୍ଦ୍ଦିଷ୍ଟ ଶୁଭ ଦିନ ରହିଛି । ଏହାକୁ ପିନ୍ଧିବାର ବିଧି ମଧ୍ୟ ରହିଛି । ଶ୍ରାବଣ ମାସର ପ୍ରତ୍ୟେକଟି ଦିନ ପବିତ୍ର ଦିନ । ଯେକୌଣସି ଦିନ ସବୁଜ ଚୁଡ଼ି କିଣିପାରିବେ ।
ତେବେ ସୋମବାର ଏବଂ ଶୁକ୍ରବାର ସବୁଠୁ ଉତ୍କୃଷ୍ଟ ଦିନ । କାରଣ ସୋମବାର ଶିବଙ୍କର ଦିବସ ହୋଇଥିବାବେଳେ ଶୁକ୍ରବାର ମାତା ପାର୍ବତୀଙ୍କର ଦିନ ଅଟେ । ଚୁଡ଼ି କିଣି ପ୍ରଥମେ ମା’ ପାର୍ବତୀଙ୍କ ନିକଟରେ ଅର୍ପଣ କରନ୍ତୁ । ଦିନକ ପରେ ସ୍ନାନାଦି ପରେ ଶୁଦ୍ଧପୂତ ଭାବେ ଚୁଡ଼ି ମା’ଙ୍କ ନିକଟରୁ ଆଣି ପିନ୍ଧନ୍ତୁ । ପିନ୍ଧିବାବେଳେ ସ୍ୱାମୀଙ୍କର ଦୀର୍ଘାୟୁ,ସୌଭାଗ୍ୟ କାମନା କରି ପିନ୍ଧନ୍ତୁ । ସେହିପରି ଅବିବାହିତାମାନେ ଉପଯୁକ୍ତ ବର ପାଇବା କାମନା ରଖି ସବୁଜ ରଙ୍ଗର ଚୁଡ଼ି ଧାରଣ କରିପାରିବେ ।