ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ବତେମୁରାର ବାର୍ଷିକ ଉତ୍ସବ

ସମ୍ବଲପୁର: ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ନିକେତନ ବତେମୁରା ର ୩୧ତମ ବାର୍ଷିକ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇଥିଲେ । ତାଙ୍କ ସହିତ ମଞ୍ଚରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜନ୍ମେଜୟ ବେହେରା ଉପସଭାପତି ଗୋପୀରଞ୍ଜନ ବେହେରା, ସମ୍ପାଦକ ଡଃ ଶ୍ରବଣ କୁମାର ନାଥ, ଅଧ୍ଯକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପଣ୍ଡା ଏବଂ […] The post ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ବତେମୁରାର ବାର୍ଷିକ ଉତ୍ସବ appeared first on Odisha.News.

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ବତେମୁରାର ବାର୍ଷିକ ଉତ୍ସବ

ସମ୍ବଲପୁର: ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ନିକେତନ ବତେମୁରା ର ୩୧ତମ ବାର୍ଷିକ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇଥିଲେ । ତାଙ୍କ ସହିତ ମଞ୍ଚରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜନ୍ମେଜୟ ବେହେରା ଉପସଭାପତି ଗୋପୀରଞ୍ଜନ ବେହେରା, ସମ୍ପାଦକ ଡଃ ଶ୍ରବଣ କୁମାର ନାଥ, ଅଧ୍ଯକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପଣ୍ଡା ଏବଂ ସଭ୍ୟ ଆନନ୍ଦ ବେହେରା ଉପସ୍ଥିତ ଥିଲେ ‌। ଉକ୍ତ ବାର୍ଷିକ ଉତ୍ସବ ରେ ରୋଜିସ୍ମିତା ବାରିକ ଙ୍କୁ ଶ୍ରେଷ୍ଠ ବାଳିକା ଏବଂ ସମ୍ବିତ କୁମାର ପୋଢ଼ ଙ୍କୁ ଶ୍ରେଷ୍ଠ ବାଳକ ଭାବରେ ପୁରସ୍କୃତ କରାଯାଇଥିଲା । ଅଭିଷେକ ଭୋଇ ଶ୍ରେଷ୍ଠ ଖେଳାଳୀ ଭାବରେ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ସଫଳତା ଅର୍ଜନକରି ପୁରସ୍କୃତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ଏବଂ ବେଟି ବଚାଓ ବେଟି ପଢ଼ାଓ (ଟୁକେଲ ଛୁଆ ) କ୍ଷୁଦ୍ର ନାଟକ ପରିବେଷଣ କରାଯାଇ ପାଇଥିଲା । ଏଥିରେ ବିଦ୍ୟାଳୟ ର ଉପାଧ୍ଯକ୍ଷ ଲିଙ୍ଗରାଜ ବଡ଼ପଣ୍ଡା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ଶେଷରେରେ ବିଦ୍ୟାଳୟର ଅଧ୍ଯକ୍ଷ ଅଶ୍ବିନୀ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

The post ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ବତେମୁରାର ବାର୍ଷିକ ଉତ୍ସବ appeared first on Odisha.News.