ଶ୍ରୀ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଯୋଗଦେଲେ ବଲିଉଡ଼ ଅଭିନେତା ପୁନୀତ ଇସର

ବଲାଙ୍ଗୀର : ବଲାଙ୍ଗୀର ଗାନ୍ଧିନଗରପଡାସ୍ଥିତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ବାସଭବନ ସମ୍ମୁଖରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି ।  ଏହି ଅବସରରେ ବଲିଉଡ଼ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଧେଶକ ପୁନୀତ ଇସର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ପ୍ରକାଶ ଥାଉ କି ପୁନୀତ ଇସର ମହାଭାରତ ଟିଭି ସିରିଏଲରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ । ଆଜିର କାର୍ଯ୍ୟକ୍ରମରେ […] The post ଶ୍ରୀ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଯୋଗଦେଲେ ବଲିଉଡ଼ ଅଭିନେତା ପୁନୀତ ଇସର appeared first on KNews Odisha.

ଶ୍ରୀ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଯୋଗଦେଲେ ବଲିଉଡ଼ ଅଭିନେତା ପୁନୀତ ଇସର
balangir tikeswar guru

ବଲାଙ୍ଗୀର : ବଲାଙ୍ଗୀର ଗାନ୍ଧିନଗରପଡାସ୍ଥିତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ବାସଭବନ ସମ୍ମୁଖରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି ।  ଏହି ଅବସରରେ ବଲିଉଡ଼ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଧେଶକ ପୁନୀତ ଇସର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ପ୍ରକାଶ ଥାଉ କି ପୁନୀତ ଇସର ମହାଭାରତ ଟିଭି ସିରିଏଲରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ । ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମହାଭାରତର ତାଙ୍କର ଗୋଟିଏ ପ୍ରସିଦ୍ଧ ଡାଇଲଗ ମଧ୍ୟ ସମସ୍ତଙ୍କୁ ଶୁଣାଇଥିଲେ ।

ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ବଲାଙ୍ଗୀର ନଗରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଆରଏସଏସ ପଶ୍ଚିମ ଓଡିଶା ସହ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ବିଶ୍ୱାତ୍ମ ଚେତନା ପରିଷଦ ଏବଂ ଟ୍ରଷ୍ଟର ମହାସଚିବ ସ୍ୱାମୀ ସତ୍ୟଵେଦାନନ୍ଦ ସରସ୍ୱତୀ ଏବଂ ସେଞ୍ଚୁରିଅନ ୟୁନିଭରସିଟିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଉପସ୍ଥିତ ରହି ଶ୍ରୀ ଟିକେଶ୍ୱର ଗୁରୁଙ୍କ ସ୍ମୃତିଚାରଣ କରିଥିଲେ ।

ତାଙ୍କ ବଡ ପୁଅ, ବଲିଉଡ ନିର୍ଦ୍ଦେଶକ ଘଣ୍ଟେଶ୍ୱର ଗୁରୁ ସଭା ପରିଚାଳନା କରିଥିଲେ ଓ ସାନ ପୁଅ ବରିଷ୍ଠ ସାମ୍ବାଦିକ ହିମାଂଶୁ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ତଥା ବଲାଙ୍ଗୀରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ବିଶିଷ୍ଟ ସ୍ଥପତି ଅନ୍ତର୍ଯ୍ୟାମୀ ମେହେର ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅଭିନେତା ପୁନୀତ ଇସରଙ୍କ ଡାଇଲଗ ତଥା ତାଙ୍କ ଅଭିନୟ ସମୟର କିଛି ମଜା କଥା ଲୋକଙ୍କୁ ଉଲ୍ଲସିତ କରିଥିଲା ।

The post ଶ୍ରୀ ଟିକେଶ୍ୱର ଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଯୋଗଦେଲେ ବଲିଉଡ଼ ଅଭିନେତା ପୁନୀତ ଇସର appeared first on KNews Odisha.