ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା

ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କରେ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, ବିଶ୍ୱବିଦ୍ୟାଳୟ ସର୍ବଦା ଆବଶ୍ୟକତା ଅନୁଯାୟୀ ଶିକ୍ଷା ଓ ଜ୍ଞାନକୌଶଳକୁ ଆପଣାଇବା ସହ ଶିକ୍ଷାର ବିକାଶ ଓ ସମାଜର ହିତ ସାଧନ ପାଇଁ ଆବଶ୍ୟକ […] The post ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା appeared first on Dharitri Odia News.

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା

ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ସଫଳତାର ସହ ସମ୍ପନ୍ନ ହୋଇଛି।
ଏ ସମ୍ପର୍କରେ ଶ୍ରୀ ଶ୍ରୀ ରବିଶଙ୍କର କହିଥିଲେ, ବିଶ୍ୱବିଦ୍ୟାଳୟ ସର୍ବଦା ଆବଶ୍ୟକତା ଅନୁଯାୟୀ ଶିକ୍ଷା ଓ ଜ୍ଞାନକୌଶଳକୁ ଆପଣାଇବା ସହ ଶିକ୍ଷାର ବିକାଶ ଓ ସମାଜର ହିତ ସାଧନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ। ସିକ୍ୟୁରଆଇଜ୍‌ର ସିଇଓ କର୍ମେନ୍ଦ୍ର କୋହଲି କହିଥିଲେ,ପରବର୍ତ୍ତୀ ପିଢ଼ିର ସାଇବର ସୁରକ୍ଷା ପ୍ରଫେସନାଲମାନଙ୍କୁ ପ୍ରତିପୋଷଣ କରିବା ପାଇଁ ଆମର ଜ୍ଞାନ ଆଦାନପ୍ରଦାନ କରିବା ଲାଗି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଆସନ୍ତାକାଲିର ଆହ୍ବାନ ପାଇଁ ଛାତ୍ରୀଛାତ୍ରମାନଙ୍କୁ ପ୍ରସ୍ତୁତ କରି ଏହି ସହଯୋଗ ଶିଳ୍ପରେ ଦକ୍ଷତା ବ୍ୟବଧାନକୁ ଦୂର କରିବ। ସିକ୍ୟୁରଆଇଜ୍‌ର ସିଟିଓ ସିମନ୍ତ ପଟ୍ଟନାୟକ କହିଥିଲେ,ଏକାଡେମିକ ସହିତ ହ୍ୟାଣ୍ଡ-ଅନ ଟ୍ରେନିଂକୁ ଏକତ୍ର କରି ଆମେ କୁଶଳୀ ସାଇବର ସୁରକ୍ଷା ବୃତ୍ତିଗତଙ୍କ ପ୍ରତିଭା ପୁଲ୍‌ ସୃଷ୍ଟି କରିବୁ। ଏହି ସହଭାଗିତା ସାଇବର ସୁରକ୍ଷା କ୍ଷେତ୍ରରେ ନବସୃଜନ, ଅନୁସନ୍ଧାନ ଏବଂ ଅଭିବୃଦ୍ଧି ଘଟାଇବ। ଅପରପକ୍ଷରେ ଏହି ବୁଝାମଣା ଶିଳ୍ପ ପ୍ରଫେସନାଲମାନଙ୍କୁ ବିକଶିତ କରିବା ପାଇଁ ଏକ ରଣନୀତିକ ଯୋଜନା ହୋଇଥିଲାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏପରିକି ବୁଝାମଣା ମାଧ୍ୟମରେ ସଂଗଠନଗୁଡ଼ିକ ଆପରେନଟିସ ଏମବୋଡେଡ ସ୍ନାତକ, ସ୍ନାତକୋତର ଏବଂ ଦକ୍ଷତା ପ୍ରମାଣୀକରଣ କାର୍ଯ୍ୟକ୍ରମ ଆରମ୍ଭ ସହ ସହଯୋଗୀ ଅନୁସନ୍ଧାନ ଏବଂ ପରାମର୍ଶକୁ ବୃଦ୍ଧି କରିବେ।

The post ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍‌’ର ବୁଝାମଣା appeared first on Dharitri Odia News.