ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ

କଟକ,୨୯ା୨(କାର୍ତ୍ତିକ ସାହୁ): ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ଗୁରୁବାର ପଣ୍ଡିଚେରୀସ୍ଥିତ ସରକାରୀ ହସ୍ପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ମାମୁ ନାମରେ ରାଜ୍ୟର ଶ୍ରୀଅରବିନ୍ଦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପରିଚିତ ଥିଲେ। ଶ୍ରୀମା-ଶ୍ରୀଅରବିନ୍ଦଙ୍କ କର୍ମଧାରାକୁ ଓଡ଼ିଶାର କୋଣଅନୁକୋଣରେ ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା। ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ତାଙ୍କର ଶେଷକୃତ୍ୟ ଅପରାହ୍ନରେ ସମାପନ ହୋଇଥିବା ଜଣାଯାଇଛି। ସେ ୧୯୬୧ରେ କଟକସ୍ଥିତ ଷ୍ଟୁଆର୍ଟ […] The post ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ appeared first on Dharitri Odia News.

ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ
କଟକ,୨୯ା୨(କାର୍ତ୍ତିକ ସାହୁ): ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ଗୁରୁବାର ପଣ୍ଡିଚେରୀସ୍ଥିତ ସରକାରୀ ହସ୍ପିଟାଲରେ ହୃତଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ମାମୁ ନାମରେ ରାଜ୍ୟର ଶ୍ରୀଅରବିନ୍ଦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପରିଚିତ ଥିଲେ। ଶ୍ରୀମା-ଶ୍ରୀଅରବିନ୍ଦଙ୍କ କର୍ମଧାରାକୁ ଓଡ଼ିଶାର କୋଣଅନୁକୋଣରେ ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା। ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ତାଙ୍କର ଶେଷକୃତ୍ୟ ଅପରାହ୍ନରେ ସମାପନ ହୋଇଥିବା ଜଣାଯାଇଛି।
ସେ ୧୯୬୧ରେ କଟକସ୍ଥିତ ଷ୍ଟୁଆର୍ଟ କଲେଜରେ ଅଧ୍ୟୟନ କରୁଥିବା ସମୟରେ ଶ୍ରୀମା’ଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଦିନଠାରୁ ନିରବଚ୍ଛିନ୍ନ ଭାବେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ କାର୍ଯ୍ୟକୁ ସମଗ୍ର ରାଜ୍ୟରେ ସଂଗଠନ ମାଧ୍ୟମରେ ବ୍ୟାପ୍ତ କରିଥିଲେ। ସମଗ୍ର ରାଜ୍ୟରେ ୫୫୦ଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ୧୬୦୦୦ରୁ ଊର୍ଦ୍ଧ୍ୱ ଶ୍ରୀଅରବିନ୍ଦ ପାଠଚକ୍ର, ଦଶକର୍ମଧାରା ଅନ୍ତର୍ଗତ ଦଶଟି କର୍ମର ସଂଗଠନ, ଅନେକ ସଭା, ସମିତି ଆଦିର ସକ୍ରିୟ ସଂଗଠକ ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ମାତୃଭକ୍ତଙ୍କୁ ଏହି ଧାରାରେ ଦୀକ୍ଷିତ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । କଟକ ମାତୃଭବନର ସମ୍ପାଦକ ଭାବେ ଓଡ଼ିଶାରେ ସଂଗଠନର କାର୍ଯ୍ୟକୁ ଅତ୍ୟନ୍ତ ଦକ୍ଷତାର ସହ ସମ୍ପାଦନ କରୁଥିଲେ।

The post ଶ୍ରୀଅରବିନ୍ଦ ସଂଗଠନର ଓଡ଼ିଶା ମୁଖ୍ୟ ଗଦାଧର ମିଶ୍ରଙ୍କ ପରଲୋକ appeared first on Dharitri Odia News.