ଶ୍ରୀକ୍ଷେତ୍ରରେ ଭ୍ରାତୃ ଦ୍ୱିତୀୟା; ଭାଇଙ୍କ ଶୁଭ ମନାସିଲେ ଭଉଣୀ

ପୁରୀ: ଭ୍ରାତୃ ଦ୍ୱିତୀୟାରେ ଭଉଣୀମାନେ ଭାଇଙ୍କ ଶୁଭ ମନାସିବା ସହ ମିଷ୍ଠାନ୍ନ ଖୁଆଇ ସନ୍ତୁଷ୍ଟ କରିବାର ପରମ୍ପରା ରହିଛି। ସ୍ୱୟଂ ଯମରାଜଙ୍କ ଭଉଣୀ ଯମୁନା ତାଙ୍କ ଭାଇ ଯମଙ୍କୁ ମିଷ୍ଠାନ୍ନ ଖୁଆଇଥିଲେ। ସେହି ଉପଲକ୍ଷେ ରବିବାର ଯମେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। ଭଉଣୀମାନେ ପ୍ରଭୁ ଯମେଶ୍ୱରଙ୍କୁ ଆରାଧନା କରି ନିଜ ଭାଇଙ୍କ ଶୁଭ ମନାସୀ ଥିଲେ। କାର୍ତ୍ତିକ ଅମାବାସ୍ୟାର ଦ୍ୱିତୀୟ ଦିନରେ ପାଳିତ ହୋଇଥାଏ ଏହି ଭ୍ରାତୃ ଦ୍ୱିତୀୟା। ଯମେଶ୍ୱରଙ୍କ ପୀଠରେ ଏହା ପ୍ରମୁଖ ପର୍ବ। […]

ଶ୍ରୀକ୍ଷେତ୍ରରେ ଭ୍ରାତୃ ଦ୍ୱିତୀୟା; ଭାଇଙ୍କ ଶୁଭ ମନାସିଲେ ଭଉଣୀ
ASI To Conduct Laser Scanning Of Puri Jagannath Temple Ratna Bhandar

ପୁରୀ: ଭ୍ରାତୃ ଦ୍ୱିତୀୟାରେ ଭଉଣୀମାନେ ଭାଇଙ୍କ ଶୁଭ ମନାସିବା ସହ ମିଷ୍ଠାନ୍ନ ଖୁଆଇ ସନ୍ତୁଷ୍ଟ କରିବାର ପରମ୍ପରା ରହିଛି। ସ୍ୱୟଂ ଯମରାଜଙ୍କ ଭଉଣୀ ଯମୁନା ତାଙ୍କ ଭାଇ ଯମଙ୍କୁ ମିଷ୍ଠାନ୍ନ ଖୁଆଇଥିଲେ। ସେହି ଉପଲକ୍ଷେ ରବିବାର ଯମେଶ୍ୱରଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ। ଭଉଣୀମାନେ ପ୍ରଭୁ ଯମେଶ୍ୱରଙ୍କୁ ଆରାଧନା କରି ନିଜ ଭାଇଙ୍କ ଶୁଭ ମନାସୀ ଥିଲେ। କାର୍ତ୍ତିକ ଅମାବାସ୍ୟାର ଦ୍ୱିତୀୟ ଦିନରେ ପାଳିତ ହୋଇଥାଏ ଏହି ଭ୍ରାତୃ ଦ୍ୱିତୀୟା। ଯମେଶ୍ୱରଙ୍କ ପୀଠରେ ଏହା ପ୍ରମୁଖ ପର୍ବ। ଏଥିପାଇଁ ରାତିରୁ ଦ୍ୱାର ଫିଟାଯାଇ ମନ୍ଦିର ଶୋଧ କରାଯାଇଥିଲା। ଏହାପରେ ଆଳତି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତି ସମ୍ପନ୍ନ ହୋଇଥିଲା। ପ୍ରଭୁ ଯମେଶ୍ୱରଙ୍କ ଆରାଧନା କରି ଝିଅମାନେ ନିଜ ଭାଇଙ୍କ ଶୁଭ ମନାସି ଥିଲେ। ଏଥିସହ ଯମଙ୍କ ମୂର୍ତ୍ତି ନିକଟରେ ବେଣ୍ଟମୁଆଁ, କଦଳୀ, ଖଇକୋରା ଆଦି ପୂଜା କରିଥିଲେ।

ସେହିପରି ହବିଷ୍ୟାଳୀମାନେ ସ୍ୱର୍ଗପ୍ରାପ୍ତି ଆଶାରେ ପ୍ରଭୁ ଯମେଶ୍ୱରଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିସର ଅଶ୍ୱସ୍ତ ବୃକ୍ଷ ମୂଳରେ ନିଶୁଣି ଚିତ୍ର ଆଙ୍କିଥିଲେ। ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ (ଯମେଶ୍ୱର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠେଶ୍ୱର)ଙ୍କ ମନ୍ଦିର ରହିଛି। ଗୌଡବାଡ଼ ସାହିରେ ପ୍ରତିଷ୍ଠିତ ଶ୍ରୀଯମେଶ୍ୱର ପଞ୍ଚପାଣ୍ଡବଙ୍କ ମଧ୍ୟରେ ଧର୍ମରାଜ ଯୁଧିଷ୍ଠିର ରୂପେ ପରିଗଣିତ। କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ବା ଯମ ଦ୍ୱିତୀୟା ଏଠାରେ ଆଡମ୍ବର ସହକାରେ ପାଳିତ ହୁଏ। କାର୍ତ୍ତିକ ବ୍ରତଧାରୀ ଯମେଶ୍ୱରଙ୍କୁ ଦର୍ଶନ ପାଇଁ ଆସନ୍ତି। ବିଶ୍ୱାସ ରହିଛି ଏହିଦିନ ଯମେଶ୍ୱରଙ୍କୁ ଦର୍ଶନ କଲେ ଯମଦଣ୍ଡ ଭୋଗିବାକୁ ପଡେ ନାହିଁ। ଏଥିସହ ସ୍ୱର୍ଗପ୍ରାପ୍ତି ମଧ୍ୟ ମିଳିଥାଏ।