ଶ୍ରୀନଗରରେ ହୀମପାତ, ମୁଖ୍ୟ ରାଜମାର୍ଗ ବନ୍ଦ

ଶ୍ରୀନଗର ୧।୧୨: ଜମ୍ମୁ-କାଶ୍ମୀରରେ ଶୀତ ଋତୁ ଆରମ୍ଭରୁ ଥଣ୍ଡା ବଢିବାରେ ଲାଗିଛି। ଏଥିରେ ହୀମପାତ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ରବିବାର କାଶ୍ମୀରର ପାର୍ବତ୍ୟାଞ୍ଚଳରେ ବରଫପାତ ହୋଇଛି। ଫଳରେ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ ହୋଇଯାଇଛି। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ହ୍ରାସ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ପାଣିପାଗ ଅଧିକାରୀମାନେ କହିଛନ୍ତି ଯେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ କାଶ୍ମୀରର ଉଚ୍ଚ ଅଞ୍ଚଳମାନଙ୍କରେ ହୀମପାତ ହେଉଛି। ଫଳରେ ଥଣ୍ଡା ବଢିବାରେ ଲାଗିଛି। ଦକ୍ଷିଣ କାଶ୍ମୀର ଅନନ୍ତ ନାଗ ଜିଲ୍ଲାର ପ୍ରଶିଦ୍ଧ ପର୍ଯ୍ୟଟନ ସହର ପହଲଗାଓଁରେ ଚଳିତ ଋତୁର ପ୍ରଥମ ହୀମପାତ ହୋଇଛି। ସ୍କି ରିସୋର୍ଟ ସହର ଗୁଲମର୍ଗ ଓ ସୋନମର୍ଗ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳରେ ମଧ୍ୟ ହୀମପାତ ହୋଇଥିବାର ସୂଚନା ଆସୁଛି। ଅଧିକାରୀମାନେ କହିଛନ୍ତି ଯେ ଗୁରେଜ, ଜୋଜିଲା ଓ ଉପତ୍ୟାକାର କିଛି ପାର୍ବତ୍ୟାଞ୍ଚଳରେ ବରଫ ପଡିଥିବାର ଖବର ମିଳିଛି। ତେବେ ଜୋଜିଲାରେ ଭୀଷଣ ହୀମପାତ ଯୋଗୁ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ ହୋଇଯାଇଛି। ପାଣିପାଗ ବିଭାଗଙ୍କ ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ପାଗ ଏବେ ବେଳକୁ ବେଳ ଥଣ୍ଡା ହେବାରେ ଲାଗିବ। ଆଂଶିକ ବାଦଲ ଛାଇ ରହିବା ସହିତ ପାହାଡ଼ ଶିଖରମାନଙ୍କରେ ହାଲୁକା ବର୍ଷା ଅଥବା ହୀମପାତ ହୋଇପାରେ। ଡିସେମ୍ବର ୨ ତାରିଖରୁ ଦୁଇ ଦିନ ପର୍ଯ୍ୟନ୍ତ ପାହାଡିଆ ଅଞ୍ଚଳରେ ହାଲୁକା ବର୍ଷା ଅଥବା ବରଫପାତ ହୋଇପାରେ। ତେବେ

ଶ୍ରୀନଗରରେ ହୀମପାତ, ମୁଖ୍ୟ ରାଜମାର୍ଗ ବନ୍ଦ

ଶ୍ରୀନଗର ୧।୧୨: ଜମ୍ମୁ-କାଶ୍ମୀରରେ ଶୀତ ଋତୁ ଆରମ୍ଭରୁ ଥଣ୍ଡା ବଢିବାରେ ଲାଗିଛି। ଏଥିରେ ହୀମପାତ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ରବିବାର କାଶ୍ମୀରର ପାର୍ବତ୍ୟାଞ୍ଚଳରେ ବରଫପାତ ହୋଇଛି। ଫଳରେ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ ହୋଇଯାଇଛି। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ହ୍ରାସ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ପାଣିପାଗ ଅଧିକାରୀମାନେ କହିଛନ୍ତି ଯେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ କାଶ୍ମୀରର ଉଚ୍ଚ ଅଞ୍ଚଳମାନଙ୍କରେ ହୀମପାତ ହେଉଛି। ଫଳରେ ଥଣ୍ଡା ବଢିବାରେ ଲାଗିଛି। 

ଦକ୍ଷିଣ କାଶ୍ମୀର ଅନନ୍ତ ନାଗ ଜିଲ୍ଲାର ପ୍ରଶିଦ୍ଧ ପର୍ଯ୍ୟଟନ ସହର ପହଲଗାଓଁରେ ଚଳିତ ଋତୁର ପ୍ରଥମ ହୀମପାତ ହୋଇଛି। ସ୍କି ରିସୋର୍ଟ ସହର ଗୁଲମର୍ଗ ଓ ସୋନମର୍ଗ ସମେତ ଅନ୍ୟ ପର୍ଯ୍ୟଟନସ୍ଥଳରେ ମଧ୍ୟ ହୀମପାତ ହୋଇଥିବାର ସୂଚନା ଆସୁଛି। ଅଧିକାରୀମାନେ କହିଛନ୍ତି ଯେ ଗୁରେଜ, ଜୋଜିଲା ଓ ଉପତ୍ୟାକାର କିଛି ପାର୍ବତ୍ୟାଞ୍ଚଳରେ ବରଫ ପଡିଥିବାର ଖବର ମିଳିଛି। ତେବେ ଜୋଜିଲାରେ ଭୀଷଣ ହୀମପାତ ଯୋଗୁ ଶ୍ରୀନଗର-ଲେହ ରାଜମାର୍ଗ ବନ୍ଦ ହୋଇଯାଇଛି। 

ପାଣିପାଗ ବିଭାଗଙ୍କ ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରର ପାଗ ଏବେ ବେଳକୁ ବେଳ ଥଣ୍ଡା ହେବାରେ ଲାଗିବ। ଆଂଶିକ ବାଦଲ ଛାଇ ରହିବା ସହିତ ପାହାଡ଼ ଶିଖରମାନଙ୍କରେ ହାଲୁକା ବର୍ଷା ଅଥବା ହୀମପାତ ହୋଇପାରେ। ଡିସେମ୍ବର ୨ ତାରିଖରୁ ଦୁଇ ଦିନ ପର୍ଯ୍ୟନ୍ତ ପାହାଡିଆ ଅଞ୍ଚଳରେ ହାଲୁକା ବର୍ଷା ଅଥବା ବରଫପାତ ହୋଇପାରେ। ତେବେ ୪ରୁ ୭ ଡିସେମ୍ବର କାଳରେ ପାଗ ଶୁଷ୍କ ରହିବ।