ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା

ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍‌। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା ସହିତ ଭିତରେ ମୋବାଇଲରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି। ଏ ନେଇ ସୋସିଆଲ ମିଡିଆ ଜରିଆରେ […] The post ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା appeared first on Dharitri Odia News.

ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା

ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍‌। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା ସହିତ ଭିତରେ ମୋବାଇଲରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।

ଏ ନେଇ ସୋସିଆଲ ମିଡିଆ ଜରିଆରେ ପୋଲିସ ପକ୍ଷରୁ ସଚେତନତା କରାଯାଇଛି। ଦୁଇଦିନ ତଳେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

The post ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା appeared first on Dharitri Odia News.