ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍
ଶ୍ରୀମନ୍ଦିର ଉପରେ ଆଜି ପୁଣି ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଛି। ଡ୍ରୋନ୍ କ୍ୟାମେରାର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତନାଘନା କରିଥିଲା। ଉତ୍ତରପ୍ରଦେଶର ହିମାଂଶୁ ନାମକ ଜନୈକ ବ୍ୟକ୍ତିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରୁ ଏହା ଭାଇରାଲ୍ ହୋଇଥିବା ଜଣାପଡ଼ିବା ପରେ ହିମାଂଶୁ ନିଜ ଆକାଉଣ୍ଟରୁ ଏହି ଭିଡିଓଟିକୁ ଡିଲିଟ୍ କରି ଦେଇଥିଲେ। ଏ ନେଇ ସିଂହଦ୍ବାର ଥାନାରେ ହେମନ୍ତ କୁମାର ପାଢ଼ୀ ଅଭିଯୋଗ କରିବାରୁ ପୁଲିସ ୮୨/୨୫ ନମ୍ବରରେ ଏକ ମାମଲା ରୁଜୁ କରି […] The post ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ appeared first on Odisha.News.
ଶ୍ରୀମନ୍ଦିର ଉପରେ ଆଜି ପୁଣି ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ଦେଖିବାକୁ ମିଳିଛି। ଡ୍ରୋନ୍ କ୍ୟାମେରାର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ତନାଘନା କରିଥିଲା। ଉତ୍ତରପ୍ରଦେଶର ହିମାଂଶୁ ନାମକ ଜନୈକ ବ୍ୟକ୍ତିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରୁ ଏହା ଭାଇରାଲ୍ ହୋଇଥିବା ଜଣାପଡ଼ିବା ପରେ ହିମାଂଶୁ ନିଜ ଆକାଉଣ୍ଟରୁ ଏହି ଭିଡିଓଟିକୁ ଡିଲିଟ୍ କରି ଦେଇଥିଲେ।
ଏ ନେଇ ସିଂହଦ୍ବାର ଥାନାରେ ହେମନ୍ତ କୁମାର ପାଢ଼ୀ ଅଭିଯୋଗ କରିବାରୁ ପୁଲିସ ୮୨/୨୫ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରବିବାର ପୂର୍ବାହ୍ନ ୧୦ଟା ସମୟରେ ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ଚୁନରା ସେବାୟତ ବାନା ବାନ୍ଧିବାକୁ ଯିବା ସମୟର ଦୃଶ୍ୟକୁ ଡ୍ରୋନ୍ ମାଧ୍ୟମରେ ରେକର୍ଡିଂ କରାଯାଇଥିବା ବେଳେ ଚୁନରା ସେବାୟତ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୁରୀ ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି। ଏସ୍ପି କହିଛନ୍ତି, ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ପୁଲିସ ଗୁରୁତ୍ବର ସହ ନେଇଛି। ଏହାର ଦୃଶ୍ୟ କେଉଁ ଆକାଉଣ୍ଟ୍ରୁ ଭାଇରାଲ ହୋଇଛି, ତଦନ୍ତ କରି ତାଙ୍କୁ ଚିହ୍ନଟ କରାଯାଇଛି। ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ଏସ୍ପି ଶ୍ରୀ ଅଗ୍ରୱାଲ କହିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଉପରେ ଏଭଳି ଅନେକ ଥର ଡ୍ରୋନ୍ ଉଡ଼ାଣର ଭିଡିଓ ଭାଇରାଲ୍ ହୋଇଥିବା ନଜିର ରହିଛି।
The post ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ appeared first on Odisha.News.