ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ

ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ

ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ । ଭବ୍ୟ ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ଜୋରସରରେ ଲାଗିଛି । କେଉଁ ବିଶିଷ୍ଟ ବ୍ୟକ୍ତି ଅତିଥି ହେବେ, କେଉଁ ସବୁ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ ସେ ତାଲିକା ସରିଲାଣି । ସୂଚନା ଅନୁସାରେ-ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ଇଏ ସେହି ନିମନ୍ତ୍ରଣପତ୍ର ।