ଶ୍ରୀମନ୍ଦିର ସେବକ

ଗଜପତି: ଆଦ୍ୟ ସେବକ, ରଥ ଛେରା ପହଁରା ମୁଦିରଥ (ରାଜ ପ୍ରତିନିଧି): ରାଜାଙ୍କ ଅନୁପସ୍ଥିତିରେ ସେବା କାର୍ଯ୍ୟ କରିବା । ପୂଜାପଣ୍ଡା: ନୈବେଦ୍ୟ ଅର୍ପଣ ଭିତରଛୁ ମହାପାତ୍ର: ଦେଉଳ ଦୁଆର ଫିଟାଇବା ଓ ଭୋଗ ସମୟରେ ଜଗିବା ଓ ଠାକୁରଙ୍କୁ ବେଶ କରିବା । ତଳିଛୁ: ପରିଚ୍ଛାଙ୍କ ପ୍ରତିନିଧି ପୁଷ୍ପାଳକ: ବେଶ କରିବା ଦଇତା: ପହଣ୍ଡି ସମୟରେ ରନିବେଦୀରୁ ଠାକୁରଙ୍କୁ ନେଇ ରଥରେ ବିଜେ ଓ ଅଣସର ସମୟରେ ଗୋପନ ସେବା କରିବା । ପାଳିଆ ମେକାପ: […]

ଶ୍ରୀମନ୍ଦିର ସେବକ

ଗଜପତି: ଆଦ୍ୟ ସେବକ, ରଥ ଛେରା ପହଁରା
ମୁଦିରଥ (ରାଜ ପ୍ରତିନିଧି): ରାଜାଙ୍କ ଅନୁପସ୍ଥିତିରେ ସେବା କାର୍ଯ୍ୟ କରିବା ।
ପୂଜାପଣ୍ଡା: ନୈବେଦ୍ୟ ଅର୍ପଣ
ଭିତରଛୁ ମହାପାତ୍ର: ଦେଉଳ ଦୁଆର ଫିଟାଇବା ଓ ଭୋଗ ସମୟରେ ଜଗିବା ଓ ଠାକୁରଙ୍କୁ ବେଶ କରିବା ।

ତଳିଛୁ: ପରିଚ୍ଛାଙ୍କ ପ୍ରତିନିଧି
ପୁଷ୍ପାଳକ: ବେଶ କରିବା
ଦଇତା: ପହଣ୍ଡି ସମୟରେ ରନିବେଦୀରୁ ଠାକୁରଙ୍କୁ ନେଇ ରଥରେ ବିଜେ ଓ ଅଣସର ସମୟରେ ଗୋପନ ସେବା କରିବା ।
ପାଳିଆ ମେକାପ: ଅଣସର ସମୟରେ ସେବା ।
ମୁଦୁଲି: ଜୟବିଜୟ ଦ୍ୱାର ଓ ଭଣ୍ଡାର ଜଗୁଆଳି ।

ମହାଜନ: ପାଶ୍ୱର୍ ଦେବାଦେବୀଙ୍କୁ ନବାଆଣିବା କରିବା ।
ମୁଖସିଂହାର: ତିନି ଦିଅଁଙ୍କ ଶ୍ରୀମୁଖ ଚିତ୍ର କରିବା ।
ଭଣ୍ଡାର ମେକାପ: ଦେବତାଙ୍କ ପୋଷାକ, ଅଳଙ୍କାର ଓ ଭଣ୍ଡାର ଘର ଜଗିବା ।
ଚାଙ୍ଗଡା ମେଳା: ଦେବତାଙ୍କ ପୋଷାକ ଓ ଅଳଙ୍କାର ପରିଧାନ ପାଇଁ ଡାଲାରେ ସଜାଇବା ।
ଖୁଣ୍ଟିଆ: ପୁଷ୍ପାଳକଙ୍କୁ ଡାକିବା ଓ ଅଶ୍ୱମାନଙ୍କ ଖବର ବୁଝିବା ।
ଅଖଣ୍ଡ ମେକାପ: ପ୍ରଦୀପ ଜଳାଇବା ।
ଗରାବଡୁ: ପୂଜାପଣ୍ଡାଙ୍କ ନିକଟରେ ପାଣିଗରା ରଖିବା ।
ପତ୍ରିବଡୁ: ପୂଜାପଣ୍ଡାଙ୍କ ନିକଟରେ ଫୁଲ ଓ ତୁଳସୀ ରଖିବା ।

ପନ୍ତିବଡୁ: ପୂଜାର ନୈବେଦ୍ୟ ପୂଜାପଣ୍ଡାଙ୍କ ନିକଟରେ ରଖିବା ।
ସୁଆରବଡୁ: ପୂଜା ସ୍ଥାନ ଝାଡିବା ଓ ଦେବତାଙ୍କ ସମ୍ମୁଖରେ ଭୋଗ ରଖିବା ।
ହଡପନାୟକ: ଭୋଗ ପରେ ଦେବତାଙ୍କୁ ପାନ ଓ ମସଲା ଯୋଗାଇବା ।
ସୁଦ୍ଧସୁଆର: ଭୋଗ ମାରା ହେଲା ପରେ ଉଠାଇ ନେବା ।
ଜଗିଆ: ଭୋଗ ସମୟରେ ପହରା ଦେବା ।
ମୁଖ ପଖାଳ ପଢ଼ିଆରୀ: ମହାପ୍ରଭୁଙ୍କ ଦାନ୍ତକାଠି ଓ ପାଣି ଯୋଗାଇବା ।
ଆସ୍ଥାନ ପଢିଆରୀ: ପର୍ବ ସମୟରେ ଡାକ ଦେବା ।
ପାଟସେଜ ମେକାପ: ପ୍ରଭୁଙ୍କ ରନି ପଲଙ୍କ ଶଯ୍ୟା ପ୍ରସ୍ତୁତ କରିବା ।
ପୁରାଣ ପଣ୍ଡା: ପୁରାଣ ପାଠ କରିବା ।
ସୁଆର: ଅନ୍ନବ୍ୟଞ୍ଜନ ପ୍ରସ୍ତୁତିରେ ସହାୟକ ।
ବିରିବୁହା ସୁଆର: ସମର୍ଥାଠାରୁ ରାନ୍ଧିବା ଦ୍ରବ୍ୟ ନେଇ ସୁଆରକୁ ଦେବା ।

ମହାସୁଆର: ଅନ୍ନ ମହାପ୍ରସାଦ ଭୋଗ ରାନ୍ଧିବାର ପ୍ରଧାନ ପାଚକ ।
ରୋଷପାଇକ: ରୋଷଘରେ ଆଲୁଅ ଦେବା ଓ ଭୋଗ ସଙ୍ଗରେ ଜୟବିଜୟ ଦ୍ୱାରକୁ ଆସିବା ।
ଶିକାଧୁଆ ସୁଆର: ରୋଷ ଘରୁ ଆସିଥିବା ଭୋଗ ଶିକାକୁ ଧୋଇବା ।
ବାହାର ଦେଉଳ ସୁଆର: ବେଢା ମଧ୍ୟରେ ଥିବା ଅନ୍ୟ ଦେବତାଙ୍କ ଭୋଗ ପାକ କରିବା ।
ପଢିଆରୀ, ଗୋଚ୍ଛିକାର: ଚାରିଦ୍ୱାର ଜଗିବା ଓ ଅମଣି ଆସିଲାବେଳେ ଦକ୍ଷିଣ ଦ୍ୱାରେ ।
ଦ୍ୱାରୀ ନାୟକ: ଆଡ ହେବା ପାଇଁ ଆଦେଶ ଦେବା ।
ପ୍ରସାଦବଡୁ: ଶୁଖିଲାଭୋଗ ଦିଅଁଙ୍କ ଆଗରେ ରଖିବା ।
ଛତାଧରା ସେବକ: ଯାତ୍ରା ସମୟରେ ଧଳା ଓ କଳା ଛତ୍ରୀ ଧରିବା ।
ବିମାନବଡୁ: ଯାତ୍ରାଦିରେ ଦେବତାମାନଙ୍କ ବିମାନ କାନ୍ଧେଇବା ।
ପାଣିଆ: ରୋଷେଇ ପାଇଁ ପାଣି ଯୋଗାଇବା ।
ପାଣିପଟ: ପାଣି ବୁହାଇବ ଓ ବାସନ ମାଜିବା ।
ଘଟୁଆରୀ: ଚନ୍ଦନ ଘୋରିବା ।
ଧୋପଖାଳିଆ: ରୋଷଘର ଧୋଇ ସଫା କରିବା ।
ଅଙ୍ଗାରୁଆ: ରୋଷଘରୁ ପାଇଁଶ କାଢିବା ।
ସମର୍ଥୀ: ରୋଷ ପାଇଁ ଡାଲି ରଗଡିବା ।
ପରୀକ୍ଷାବଡୁ: ପୂଜାପଣ୍ଡାଙ୍କ ନିକଟରେ ପୂଜାବାସନ ରଖିବା ।
ପଧାନୀ: ପରିଚ୍ଛାଙ୍କ ହାତକୁ ସୁନାବେତ ଦେବା ।
ଲେଙ୍କା: ପିଆଦା କାର୍ଯ୍ୟ କରିବା ।
ପାଇକ: ପ୍ରହରୀ କାର୍ଯ୍ୟ ।
ଦ୍ୱାରୀ: ଦ୍ୱାର ରକ୍ଷକ ।
କାହାଳିଆ: କାହାଳୀ ବାଦକ ।
ଘଣ୍ଟୁଆ: ଘଣ୍ଟ ବାଦକ ।
ହାଣ୍ଡି ଯୋଗାଣିଆ: ଭଣ୍ଡାର ଓ ରୋଷଘରକୁ ହାଣ୍ଡି ଯୋଗାଇବା ।
ବଜନ୍ତି: ମହାପ୍ରଭୁଙ୍କ ଆଗରେ ବାଜା ବଜାଇବା ।
ରଥଭୋଇ: ରଥରେ କାମ କରିବା ।
ମାଳଚୂଳ: ଫୁଲ, ତୁଳସୀ, ଜଳା କବରୀ ପ୍ରସ୍ତୁତି କରିବା ।
ଚକ୍ରଦିହୁଡି: ମହାପ୍ରଭୁଙ୍କ ଆଗରେ ମଶାଲ ଧରିବା ।
ରଥ ଡାକୁକ: ରଥଟଣାବେଳେ ଗୀତ ବୋଲିବା ।