ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ରୋକିବା ପ୍ରୟାସ, ସିଂହଦ୍ବାର ଜଗିବେ ପ୍ରତିହାରୀ
ପୁରୀ ୧୩/୪: ଏଣିକି ସିଂହଦ୍ବାର ଜଗିବେ ପ୍ରତିହାରୀ ସେବାୟତ । ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟ ପଦକ୍ଷେପରେ ଆସନ୍ତାକାଲି ପଣା ସଂକ୍ରାନ୍ତୀ ଠାରୁ ସକାଳେ ଓ ସଂଧ୍ୟା ବେଳେ ୨ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ବାରରେ ମୁତୟନ କରାଯିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ୪ ଦ୍ବାରରେ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ । ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ । ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ କାମ ମଧ୍ୟ ଏଣିକି ପ୍ରତିହାରୀ ସେବାୟତଙ୍କ ଉପସ୍ଥିତିରେ କରାଯିବ । ବ୍ରିଟିଶ ଶାସନ ସମୟରେ ପ୍ରତିହାରୀଙ୍କ ସେବାକୁ ସଙ୍କୁଚିତ କରାଯାଇଥିଲା । ଏବେ ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଛନ୍ତି । ସେମାନଙ୍କ ପ୍ରବେଶ ରୋକିବାରେ ପ୍ରଶାସନ ଫେଲ ମାରିଛି । ଜେଟିପି ହୁଅନ୍ତୁ ବା ପୋଲିସ କର୍ମଚାରୀ ଅଣହିନ୍ଦୁଙ୍କୁ ଠିକ ଭାବରେ ଚିହ୍ନଟ କରିପାରୁନାହାନ୍ତି କିମ୍ବା ସେମାନଙ୍କୁ ରୋକି ପାରୁନାହାନ୍ତି । ଅଣ ହିନ୍ଦୁଙ୍କ ବାରମ୍ବାର ପ୍ରବେଶ ଯୋଗୁ ଶ୍ରୀମନ୍ଦିରରେ ନିଷିଦ୍ଧ ବ୍ୟବସ୍ଥା କ୍ଷୁର୍ଣ୍ଣ ହେବା ସହ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହେଉଛି । ଶ୍ରୀମନ୍ଦିରର ସୁରକ୍ଷା ବିପଦରେ ରହିଥିବା ଅନୁଭବ କରି ପ୍ରତିହାରୀ ପୁଣି ପୂର୍ବଭଳି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ପ
ପୁରୀ ୧୩/୪: ଏଣିକି ସିଂହଦ୍ବାର ଜଗିବେ ପ୍ରତିହାରୀ ସେବାୟତ । ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟ ପଦକ୍ଷେପରେ ଆସନ୍ତାକାଲି ପଣା ସଂକ୍ରାନ୍ତୀ ଠାରୁ ସକାଳେ ଓ ସଂଧ୍ୟା ବେଳେ ୨ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ବାରରେ ମୁତୟନ କରାଯିବ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ୪ ଦ୍ବାରରେ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ । ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ । ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ କାମ ମଧ୍ୟ ଏଣିକି ପ୍ରତିହାରୀ ସେବାୟତଙ୍କ ଉପସ୍ଥିତିରେ କରାଯିବ ।
ବ୍ରିଟିଶ ଶାସନ ସମୟରେ ପ୍ରତିହାରୀଙ୍କ ସେବାକୁ ସଙ୍କୁଚିତ କରାଯାଇଥିଲା । ଏବେ ବାରମ୍ବାର ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଛନ୍ତି । ସେମାନଙ୍କ ପ୍ରବେଶ ରୋକିବାରେ ପ୍ରଶାସନ ଫେଲ ମାରିଛି । ଜେଟିପି ହୁଅନ୍ତୁ ବା ପୋଲିସ କର୍ମଚାରୀ ଅଣହିନ୍ଦୁଙ୍କୁ ଠିକ ଭାବରେ ଚିହ୍ନଟ କରିପାରୁନାହାନ୍ତି କିମ୍ବା ସେମାନଙ୍କୁ ରୋକି ପାରୁନାହାନ୍ତି । ଅଣ ହିନ୍ଦୁଙ୍କ ବାରମ୍ବାର ପ୍ରବେଶ ଯୋଗୁ ଶ୍ରୀମନ୍ଦିରରେ ନିଷିଦ୍ଧ ବ୍ୟବସ୍ଥା କ୍ଷୁର୍ଣ୍ଣ ହେବା ସହ ଠାକୁରଙ୍କ ନୀତିକାନ୍ତି ପ୍ରଭାବିତ ହେଉଛି । ଶ୍ରୀମନ୍ଦିରର ସୁରକ୍ଷା ବିପଦରେ ରହିଥିବା ଅନୁଭବ କରି ପ୍ରତିହାରୀ ପୁଣି ପୂର୍ବଭଳି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ପ୍ରାୟ ୩୫୦ ଜଣ ପ୍ରତିହାରୀ ସେବାୟତ ଥିବାବେଳେ ପ୍ରତିଦିନ ପ୍ରାୟ ୫୭ ଜଣ ପ୍ରତିହାରୀ ସେବାୟତ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ସେବା ଦେଉଛନ୍ତି । ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି । ଏନେଇ ପ୍ରଶାସନ ପ୍ରାପ୍ୟ ପାଉଣା ନ ଦେଲେ ପ୍ରତିହାରୀ ନିଯୋଗ ଏହାର ଭାର ତୁଲାଇବ । ଏ ସଂପର୍କରେ ଆସନ୍ତାକାଲି ନିଯୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।
You Can Read: ସମଲେଇ ମନ୍ଦିରରେ ପାନ-ଗୁଟଖା ବ୍ୟାନ୍, ଧରାପଡିଲେ ୫୦୦ ଟଙ୍କା ଜରିମାନା