ଶ୍ରୀମନ୍ଦିରକୁ ଆଜିଠୁ ଦିଆଯାଉଛି ଅର୍ପଣ ରଥରୁ ଆଦାୟ ଅର୍ଥ

ସଂଗୃହିତ ଅର୍ଥ ରାଶିକୁ ଶ୍ରୀମନ୍ଦିର ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେବ ବୋଲି ସୂଚନା ମିଳିଛି।

ଶ୍ରୀମନ୍ଦିରକୁ ଆଜିଠୁ ଦିଆଯାଉଛି ଅର୍ପଣ ରଥରୁ ଆଦାୟ ଅର୍ଥ

ଶ୍ରୀମନ୍ଦିରକୁ ଆଜିଠୁ ପ୍ରଦାନ କରାଯାଉଛି ଅର୍ପଣ ରଥରୁ ଆଦାୟ ଅର୍ଥ। ଟେମ୍ପୁଲ ଅଫିସରେ ମେସିନରେ ଟଙ୍କା ଗଣନା ଜାରି ରହିଛି। ଏଥିପାଇଁ କିଓସ୍କ ସହ ୪ଟି ଟଙ୍କା ଗଣା ମେସିନ ନିୟୋଜିତ କରାଯାଇଛି।

ପ୍ରଥମେ କୃଷ୍ଣପ୍ରସାଦ ବ୍ଲକରୁ ଲକ୍ଷେ ୫୨ ହଜାର ଆସିଥିବାବେଳେ ଗଜପତି ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ଆସିଥିବା ଅର୍ଥ ରାଶି ଆଜି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଗଣନା କରାଯାଇଛି। ସଂଗୃହିତ ଅର୍ଥ ରାଶିକୁ ଶ୍ରୀମନ୍ଦିର ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୫ ତାରିଖରେ ପହଞ୍ଚିବ ଅର୍ପଣ ରଥରୁ ସଂଗ୍ରୁହୀତ ଚାଉଳ ଓ ଗୁଆ।