ଶ୍ରୀମନ୍ଦିରରେ କେବେ ସୁଧିରିବ ବ୍ୟବସ୍ଥା ?

ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.

ଶ୍ରୀମନ୍ଦିରରେ କେବେ ସୁଧିରିବ ବ୍ୟବସ୍ଥା ?

ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ଅନୁସାରେ ଚାରିଦ୍ବାର ଖୋଲିଲା। ହେଲେ ହଟିଲାନି ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା, ସୁଧୁରି ପାରୁନି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ବ୍ୟବସ୍ଥା। ଦର ତାଲିକା ନିର୍ଦ୍ଧାରଣ ହେଉ ନଥିବାରୁ ସାଧାରଣ ଭକ୍ତଟିଏ ପାଇଁ ମହାପ୍ରସାଦ ସେବନ ଅମୁଲମୂଲ ହୋଇ ଚାଲିଛି। ଏସବୁ ଅବ୍ୟବସ୍ଥାରେ ସୁଧାର ପାଇଁ ପୁଣି ଉଠିଛି ଅନ୍ୟ ଦାୟିତ୍ବ ନଥାଇ କେବଳ ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତି ଦାବି।