ଶ୍ରୀମନ୍ଦିରରେ ସେବାୟତଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଭକ୍ତଙ୍କୁ କିଭଳି ବ୍ୟବହାର କରିବେ ନେବେ ଟ୍ରେନିଂ

ପୁରୀ ୪।୪: ଶ୍ରୀମନ୍ଦିରର ସେବାୟତ ନେବେ ପ୍ରଶିକ୍ଷଣ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରାଯିବ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ ସବୁର ଟିକିନିଖି ପ୍ରଶିକ୍ଷଣ ଦିଆଯିବ । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିରର ସେବକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ୭ଟା ଯାଏଁ ଏହି ଶିବିରରେ ବିଭିନ୍ନ ବିଷୟ ଉପରେ ଆଲୋଚନା ତଥା ଭାବବିନିମୟ ହେବ । ଶିବିର ସଂକ୍ରାନ୍ତରେ ଜିଲ୍ଲାପାଳ ତଥା ଉପ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସେବକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଆଲୋଚନାର ବିଷୟ ଗୁଡିକ ନିର୍ଦ୍ଧାରିତ ହୋଇଛି । ତେବେ ପ୍ରଥମ ଦିନର ବିଷୟ ରହିଛି ଉତ୍ତମ ସେବକର ଲକ୍ଷଣ, ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି, ସେବା ଓ ସେବକ । ଏହି  ପ୍ରଶିକ୍ଷଣ ଶିବିରରେ ସମସ୍ତ ନିଯୋଗର ବରିଷ୍ଠ ଓ ଯୁବ ସେବାୟତ ମାନେ ଉପସ୍ଥିତ ରହିବେ ।  ସେହିପରି ୫ ତାରିଖ ଦ୍ବିତୀୟ ଦିନର ବିଷୟ ରହିଛି ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ଯ୍ୟା, ପ୍ରଶାସନ ଓ ସେବକଙ୍କ ମଧ୍ୟରେ ସମନ୍ଵୟ । ଏହି ଶିବିରରେ ବହୁ ସଂଖ୍ୟାରେ ସମସ୍ତ ସେବକମାନେ ଯୋଗଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । You Can Read:ବ୍ୟବସାୟିକ ପ୍ରତିଷ୍ଠାନ

ଶ୍ରୀମନ୍ଦିରରେ ସେବାୟତଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଭକ୍ତଙ୍କୁ କିଭଳି ବ୍ୟବହାର କରିବେ ନେବେ ଟ୍ରେନିଂ

ପୁରୀ ୪।୪: ଶ୍ରୀମନ୍ଦିରର ସେବାୟତ ନେବେ ପ୍ରଶିକ୍ଷଣ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରାଯିବ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ ସବୁର ଟିକିନିଖି ପ୍ରଶିକ୍ଷଣ ଦିଆଯିବ । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିରର ସେବକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା ୭ଟା ଯାଏଁ ଏହି ଶିବିରରେ ବିଭିନ୍ନ ବିଷୟ ଉପରେ ଆଲୋଚନା ତଥା ଭାବବିନିମୟ ହେବ । 

ଶିବିର ସଂକ୍ରାନ୍ତରେ ଜିଲ୍ଲାପାଳ ତଥା ଉପ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସେବକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଆଲୋଚନାର ବିଷୟ ଗୁଡିକ ନିର୍ଦ୍ଧାରିତ ହୋଇଛି । ତେବେ ପ୍ରଥମ ଦିନର ବିଷୟ ରହିଛି ଉତ୍ତମ ସେବକର ଲକ୍ଷଣ, ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି, ସେବା ଓ ସେବକ । ଏହି  ପ୍ରଶିକ୍ଷଣ ଶିବିରରେ ସମସ୍ତ ନିଯୋଗର ବରିଷ୍ଠ ଓ ଯୁବ ସେବାୟତ ମାନେ ଉପସ୍ଥିତ ରହିବେ ।  

ସେହିପରି ୫ ତାରିଖ ଦ୍ବିତୀୟ ଦିନର ବିଷୟ ରହିଛି ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ଯ୍ୟା, ପ୍ରଶାସନ ଓ ସେବକଙ୍କ ମଧ୍ୟରେ ସମନ୍ଵୟ । ଏହି ଶିବିରରେ ବହୁ ସଂଖ୍ୟାରେ ସମସ୍ତ ସେବକମାନେ ଯୋଗଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । 

You Can Read:

ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବାକୁ ମନ୍ତ୍ରୀଙ୍କ ନିବେଦନ, ଆଇନ ନ ମାନିଲେ ଜରିମାନା ସହ ଦଣ୍ଡ ବ୍ୟବସ୍ଥା