ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ଶାଖା ପକ୍ଷରୁ ଜନଜାଗରଣ ବୈଠକ
ସମ୍ବଲପୁର:ଆସନ୍ତ ୨୨ ତାରିଖ ଉତ୍ତରପ୍ରଦେଶ ଅଯୋଧ୍ୟା ଠାରେ ବିଶାଳ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ପ୍ରଭୂଙ୍କ ପ୍ରାଣ ପ୍ରତିଷ୍ଠା ପରେ ଶହ ଶହ କୋଟି ଭାରତୀୟଙ୍କର ଦୀର୍ଘ ୫ ଶହ ବର୍ଷର ସ୍ୱପ୍ନର ସଫଳ ରୂପାୟନ ହେବ। ବହୁ ସଂଗ୍ରାମ, ଲଢେଇ, ବାଦ, ବିବାଦ, ନ୍ୟାୟିକ ଲଢେଇ ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀରାମ ମନ୍ଦିର । ଏହକାୁ ନେଇ ଦେଖିବାକୁ ମିଳିଛି ଦେଶ ବ୍ୟାପି ଉତ୍ସାହ ଓ ଆନନ୍ଦ […] The post ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ଶାଖା ପକ୍ଷରୁ ଜନଜାଗରଣ ବୈଠକ appeared first on Odisha.News.
ସମ୍ବଲପୁର:ଆସନ୍ତ ୨୨ ତାରିଖ ଉତ୍ତରପ୍ରଦେଶ ଅଯୋଧ୍ୟା ଠାରେ ବିଶାଳ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ପ୍ରଭୂଙ୍କ ପ୍ରାଣ ପ୍ରତିଷ୍ଠା ପରେ ଶହ ଶହ କୋଟି ଭାରତୀୟଙ୍କର ଦୀର୍ଘ ୫ ଶହ ବର୍ଷର ସ୍ୱପ୍ନର ସଫଳ ରୂପାୟନ ହେବ। ବହୁ ସଂଗ୍ରାମ, ଲଢେଇ, ବାଦ, ବିବାଦ, ନ୍ୟାୟିକ ଲଢେଇ ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଆଦେଶ ପରେ ପ୍ରତିଷ୍ଠା ହେବାକୁ ଯାଉଛି ଶ୍ରୀରାମ ମନ୍ଦିର । ଏହକାୁ ନେଇ ଦେଖିବାକୁ ମିଳିଛି ଦେଶ ବ୍ୟାପି ଉତ୍ସାହ ଓ ଆନନ୍ଦ ଉଲ୍ଲାସ। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଭବ୍ୟ ସହକାରେ ପାଳନ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ ଦେଶ ବ୍ୟାପି ରାଜ୍ୟ, ଜିଲ୍ଲା, ମହାନଗର, ପଞ୍ଚାୟତ ସ୍ତରରେ ଶାଖାର ବ୍ୟବସ୍ଥା କରାଯାଉଛି । ସମସ୍ତ ଶାଖା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଲୋକଙ୍କୁ ଜାଗ୍ରତ ଓ ସଚେତନ କରାଯାଉଛି । ଜାନୁୟାରୀ ୨୨ ଓ ତାର ପରବର୍ତ୍ତୀ କାର୍ଯ୍ୟକ୍ରମର ପରିଯୋଜନା ସମ୍ପର୍କରେ ଅବଗତ କରାଯାଉଛି ।
ଏହି ମର୍ମ ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ଶାଖା ପକ୍ଷରୁ ଆଜି ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ମହାନଗର ଶାଖାର ମୁଖ୍ୟ ସଂଯୋଜକ ଦାମୋଦର କର ଙ୍କ ଅଧ୍ୟକ୍ଷତା ଆୟୋଜିତ ଆଜିର କାର୍ଯ୍ୟକ୍ରମକୁ ସହ ସଂଯୋଜକ ଡା.ପୁରୁଷୋତ୍ତମ ଅଗ୍ରୱାଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତର ପୁର୍ବତନ ସରସଂଘ ଚାଳକ ବିପିନ ବିହାରୀ ନନ୍ଦ ମୁଖ୍ୟ ଅତିଥି, ବିଶ୍ଵ ହିନ୍ଦୁ ପରିଷଦ ର ଓଡ଼ିଶା ପଶ୍ଚିମ ପ୍ରାନ୍ତର ସଭାପତି ଡା. ରାଜ କୁମାର ବଡ଼ପଣ୍ଡା ସମ୍ମାନୀତ ଅତିଥି ଓ ଆର.ଏସ୍.ଏସର ସମ୍ବଲପୁର ନଗର କାର୍ଯ୍ୟନିର୍ବାହୀ ରାମ କୃଷ୍ଣ ନାଏକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।
ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୮୦ରୁ ଉର୍ଦ୍ଧ୍ବ ଅନୁଷ୍ଠାନର ପ୍ରତିନିଧି ଯୋଗଦେଇଥିଲେ । ସମାଜରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ଧାର୍ମିକ, ସାମାଜିକ, ବ୍ୟବସାୟିକ, ରାଜନୈତିକ ଅନୁଷ୍ଠାନ ସମେତ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଗାମୀ ଜାନୁୟାରୀ ୨୨ ଓ ତାର ପୁର୍ବ ଦିନମାନଙ୍କରେ ହେବାକୁ ଥିବା ବିବିଧ କାର୍ଯ୍ୟକ୍ରମ ଯଥା ଅକ୍ଷତ ପ୍ରଦାନ କରି ନିମନ୍ତ୍ରଣ, ମନ୍ଦିର ସଫେଇ, ଘରେ ଘରେ ଦିପୋତ୍ସବ, ମନ୍ଦିର ମାନଙ୍କରେ ପୁଜା ପାଠ, ଭଜନ କୀର୍ତ୍ତନ, ପ୍ରସାଦ ବଣ୍ଟନ ଭଳି ସମସ୍ତେ ସାମିଲ ହେବାକୁ ମଞ୍ଚାସୀନ ଅତିଥି ବୃନ୍ଦ ଆହ୍ବାନ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଆର୍ଟ ଅଫ ଲିଭିଂର ହିମାଂଶୁ ଜି ପ୍ରାରମ୍ଭିକ ଭଜନ ଗାନ କରିଥିବା ବେଳେ, ଶେଷରେ ମାରୱାଡ଼ି ଯୁବା ମଞ୍ଚ ଶକ୍ତି ଶାଖାର ରେଣୁକା ଅଗ୍ରୱାଲ ଓ ସାଥିଗଣ ସାମୂହିକ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ଭାରତ ବିକାଶ ପରିଷଦର ଶ୍ୟାମ ସୁନ୍ଦର ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ ।
The post ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ଶାଖା ପକ୍ଷରୁ ଜନଜାଗରଣ ବୈଠକ appeared first on Odisha.News.