ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ, ଶ୍ରୀରାମଚନ୍ଦ୍ରଙ୍କ ହେଲା ରାଜ୍ୟାଭିଷେକ

କଳାପଥର (ବାଙ୍କୀ ): ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପତନି ଗ୍ରାମର ରଘୁନାଥ ନାଟ୍ୟ ମଣ୍ଡପ ଠାରେ ଚାଲିଥିବା ତଥା ଶ୍ରୀରାମ ନବମୀ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ରଘୁନାଥ କମିଟି ଆନୁକୂଲ୍ୟରେ ପରିଚାଳିତ ରାମଲୀଳାର ଶେଷ ରାତ୍ରୀ ରାବଣ ବଦ୍ଧ ସହ ୨୪ତମ ରାବଣ ପୋଡି ଏବଂ ଆତସବାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାମେଶ୍ୱର ୟୁଥ କ୍ଳବ, ପତନି ଯାତ୍ରା ପଡିଆରେ ଗ୍ରାମର ଚିତ୍ରଶିଳ୍ପୀ ପଞ୍ଚାନନ ସାହୁଙ୍କ ପରିଚାଳନା ଏବଂ କ୍ଳବ ସଦସ୍ୟଙ୍କ ଦ୍ଵରା […]

ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ, ଶ୍ରୀରାମଚନ୍ଦ୍ରଙ୍କ ହେଲା ରାଜ୍ୟାଭିଷେକ
କଳାପଥର (ବାଙ୍କୀ ): ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ପତନି ଗ୍ରାମର ରଘୁନାଥ ନାଟ୍ୟ ମଣ୍ଡପ ଠାରେ ଚାଲିଥିବା ତଥା ଶ୍ରୀରାମ ନବମୀ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ରଘୁନାଥ କମିଟି ଆନୁକୂଲ୍ୟରେ ପରିଚାଳିତ ରାମଲୀଳାର ଶେଷ ରାତ୍ରୀ ରାବଣ ବଦ୍ଧ ସହ ୨୪ତମ ରାବଣ ପୋଡି ଏବଂ ଆତସବାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ରାମେଶ୍ୱର ୟୁଥ କ୍ଳବ, ପତନି ଯାତ୍ରା ପଡିଆରେ ଗ୍ରାମର ଚିତ୍ରଶିଳ୍ପୀ ପଞ୍ଚାନନ ସାହୁଙ୍କ ପରିଚାଳନା ଏବଂ କ୍ଳବ ସଦସ୍ୟଙ୍କ ଦ୍ଵରା ପ୍ରାୟ ୫୦ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ଆତସ ବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରପତି ଭାବେ ଗ୍ରାମ୍ୟ ସଭାପତି ଗୋକୁଳାନନ୍ଦ ସାହୁ, କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ସାହୁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଯୋଗଦେଇ ଥିଲେ. ପାଙ୍ଗାରିସିଂହ ର କାଳିଆ ଖାଁ, ପ୍ରଫୁଲ ପଟ୍ଟନାୟକ, ପ୍ରସନ୍ନ ମହାରଣା, ହରିହର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ. ବେଣୁଧର ବେହେରା, ନିତ୍ୟାନନ୍ଦ ସାହୁ, ପିତାମ୍ବର ସାହୁ, ହେମନ୍ତ କୁମାର ସାହୁ ପରିଚାଳନା କରିଥିଲେ।
୧୪ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପତନି ରଘୁନାଥ ଜୀଉଙ୍କ ନାଟ୍ୟ ମଣ୍ଡପ ମୁକ୍ତାକାଶ ରଙ୍ଗମାଞ୍ଚ ଅଭିନୟ ପୂର୍ଣ୍ଣଶ୍ଚ ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ସହ ମିଳନ ହୋଇଥିଲା। । ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ରାଜ୍ୟାଭିଷେକ କରାଯିବାର ଦୃଶ୍ୟ ଚମତ୍କାର ହୋଇଥିଲା।ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ।