ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା ।
କନକ ବ୍ୟୁରୋ: ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ରଖିଲେ ଏନସିପି ନେତା । ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ଏନସିପି ଉପରେ ବର୍ଷିଛନ୍ତି ବିଜେପି ନେତା । ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ନେତା ରାମ କଦମ କହିଛନ୍ତି ଯେ, ଆଜି ଯଦି ବାଲାସାହେବ ଠାକରେ ଥାଆନ୍ତେ, […] The post ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା । first appeared on Kanak News.

କନକ ବ୍ୟୁରୋ: ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ରଖିଲେ ଏନସିପି ନେତା । ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ଏନସିପି ଉପରେ ବର୍ଷିଛନ୍ତି ବିଜେପି ନେତା ।
ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ନେତା ରାମ କଦମ କହିଛନ୍ତି ଯେ, ଆଜି ଯଦି ବାଲାସାହେବ ଠାକରେ ଥାଆନ୍ତେ, ତେବେ ସାମନା ଖବରକାଗଜରେ ଭଗବାନ ରାମଙ୍କୁ ମାଂସାହାରୀ କହୁଥିବା ଲୋକକୁ ଜବାବ୍ ଦେଇଥାନ୍ତେ । ଆଜି ଶ୍ରୀରାମଙ୍କ ଉପରେ କେହି କିଛି ବି କହୁ ପଛେ, ତାଙ୍କୁ କିଛି ବି ଫରକ୍ ପଡୁନି ବୋଲି କହି, ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି ରାମ କଦମ ।
ଉଦ୍ଧବଙ୍କୁ ଟାର୍ଗେଟ କରି ରାମ କଦମ କହିଛନ୍ତି ଯେ, ଅସଲରେ ହିନ୍ଦୁ ଓ ମରାଠୀଙ୍କ ପାଖରେ ତାଙ୍କର କୌଣସି ବି ଉଦ୍ଦେଶ୍ୟ ନାହିଁ । ସେ କେବଳ ଭୋଟ ରାଜନୀତି କରିଥାନ୍ତି । ସୂଚନାଯୋଗ୍ୟ ଯେ, ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ବୁଧବାର ମହାରାଷ୍ଟ୍ରର ଶିରଡୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ । ସେ କହିଥିଲେ ଯେ, କେମିତି ଜଣେ ବ୍ୟକ୍ତି ୧୪ ବର୍ଷ ଜଙ୍ଗଲରେ ବିନା ଶିକାର କହି ରହିପାରିଲା? ଭଗବାନ ଶ୍ରୀରାମ ଜଙ୍ଗଲରେ ଶିକାର କରୁଥିଲେ ବୋଲି ସେ କହିଥିଲେ । ତାଙ୍କର ଏହି ବୟାନକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେଇଛି ।
The post ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା । first appeared on Kanak News.