ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ, ହାଇକମିଶନରଙ୍କୁ ତଲବ କଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ଡେଲଫ୍ଟ ଦ୍ୱୀପ ନିକଟରେ ମଙ୍ଗଳବାର ସକାଳେ ଏହି ଗୁଳିମାଡ଼ ହୋଇଥିଲା । ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି । ଏହି ଘଟଣା ପରେ ଭାରତର ବିଦେଶ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟ ହେଇଛି  । ଏହି କାର୍ଯ୍ୟାନୁଷ୍ଠାନ ଉପରେ ଆନୁଷ୍ଠାନିକ ଆପତ୍ତି ଉଠାଇ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିଶନରଙ୍କୁ ତଲବ କରିଛି ।ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ଶ୍ରୀଲଙ୍କା ନୌସେନା ଦ୍ୱାରା ଗୁଳିମାଡ଼ ଖବର ହସ୍ତଗତ ହୋଇଛି । ଏଭଳି ପଦକ୍ଷେପ ଅଗ୍ରହଣୀୟ । ଏମ୍‌ଇଏ କହିଛି, 'ମାଛ ଧରିବା ପାଇଁ ଯାଇଥିବା ଡଙ୍ଗାରେ ଥିବା ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜାଫନା ଟିଚିଙ୍ଗ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଜାଫାନାରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ଯଥାସମ୍ଭବ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।'ସୂଚନା ଅନୁସାରେ ମତ୍ସ୍ୟଜୀବୀମାନେ ପରୁଥି ଥୁରାଇ ନିକଟରେ ମାଛ ମାରୁଥିଲେ । ଏହି ସମୟରେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ବୋଟ୍ ଏମାନଙ୍କୁ ଘେରିଥିଲା । ମତ୍ସ୍ୟଜୀବୀମାନେ ଡଙ୍ଗାକୁ ତାମିଲନାଡ଼ୁ ଆଡ଼କୁ ନେବା ପାଇଁ ଉଦ୍ୟମ କରିବ

ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ, ହାଇକମିଶନରଙ୍କୁ ତଲବ କଲା ଭାରତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ଡେଲଫ୍ଟ ଦ୍ୱୀପ ନିକଟରେ ମଙ୍ଗଳବାର ସକାଳେ ଏହି ଗୁଳିମାଡ଼ ହୋଇଥିଲା । ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି । ଏହି ଘଟଣା ପରେ ଭାରତର ବିଦେଶ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟ ହେଇଛି  । ଏହି କାର୍ଯ୍ୟାନୁଷ୍ଠାନ ଉପରେ ଆନୁଷ୍ଠାନିକ ଆପତ୍ତି ଉଠାଇ ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇକମିଶନରଙ୍କୁ ତଲବ କରିଛି ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ପାଇଁ ଶ୍ରୀଲଙ୍କା ନୌସେନା ଦ୍ୱାରା ଗୁଳିମାଡ଼ ଖବର ହସ୍ତଗତ ହୋଇଛି । ଏଭଳି ପଦକ୍ଷେପ ଅଗ୍ରହଣୀୟ । ଏମ୍‌ଇଏ କହିଛି, 'ମାଛ ଧରିବା ପାଇଁ ଯାଇଥିବା ଡଙ୍ଗାରେ ଥିବା ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜାଫନା ଟିଚିଙ୍ଗ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଜାଫାନାରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ଯଥାସମ୍ଭବ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।'

ସୂଚନା ଅନୁସାରେ ମତ୍ସ୍ୟଜୀବୀମାନେ ପରୁଥି ଥୁରାଇ ନିକଟରେ ମାଛ ମାରୁଥିଲେ । ଏହି ସମୟରେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ବୋଟ୍ ଏମାନଙ୍କୁ ଘେରିଥିଲା । ମତ୍ସ୍ୟଜୀବୀମାନେ ଡଙ୍ଗାକୁ ତାମିଲନାଡ଼ୁ ଆଡ଼କୁ ନେବା ପାଇଁ ଉଦ୍ୟମ କରିବା ବେଳେ ନୌସେନା କଥିତ ରୂପେ ଗୁଳିମାଡ଼ କରିଥିଲା । ଶ୍ରୀଲଙ୍କା ନୌସେନା ସାମୁଦ୍ରିକ ସୀମା ପାର୍ କରିଥିବା ଅଭିଯୋଗରେ ମାଛମରା ଡଙ୍ଗା ଏବଂ ୧୩ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଗିରଫ ମତ୍ସ୍ୟଜୀବୀଙ୍କୁ କାଙ୍ଗେସନ୍ତୁରଇ ପୋଲିସକୁ ହସ୍ତାନ୍ତର କରାଯାଇଛି ।