ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…
ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗକୁ ଆହୁରି ଗଭୀର କରିବା ଏବଂ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜଭୁତ କରିବାର ଉପାୟ ଉପରେ ଆଲୋଚନା ହୋଇଥିଲା। ଏହା ଚାଇନା ପାଇଁ ଏକ ଝଟ୍କା ବୋଲି କୁହାଯାଉଛି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଅର୍ଥନୈତିକ ପୁନଃନିର୍ମାଣରେ […] The post ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗକୁ ଆହୁରି ଗଭୀର କରିବା ଏବଂ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ମଜଭୁତ କରିବାର ଉପାୟ ଉପରେ ଆଲୋଚନା ହୋଇଥିଲା। ଏହା ଚାଇନା ପାଇଁ ଏକ ଝଟ୍କା ବୋଲି କୁହାଯାଉଛି।
ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଅର୍ଥନୈତିକ ପୁନଃନିର୍ମାଣରେ ସହଯୋଗ ଜାରି ରଖିବାକୁ ଆଶ୍ୱାସନା ଦେଇଛନ୍ତି।
ଏହି ବୈଠକରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାଇକେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କହିଛନ୍ତି, ଶ୍ରୀଲଙ୍କା ଅଞ୍ଚଳରୁ ଭାରତ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
ଏସ ଜୟଶଙ୍କର ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜୟ ହେରାଥଙ୍କୁ ଭେଟିଥିଲେ। ଜୟଶଙ୍କର ସୋସିଆଲ ମିଡିଆରେ କହିଛନ୍ତି, କଲମ୍ବୋରେ ବୈଦେଶିକ ମନ୍ତ୍ରୀ ବିଜୟ ହେରାଥଙ୍କ ସହ ବ୍ୟାପକ ଏବଂ ବିସ୍ତୃତ ଆଲୋଚନା ହୋଇଥିଲା। ତାଙ୍କୁ ନୂତନ ଦାୟିତ୍ୱ ପାଇଁ ପୁଣିଥରେ ଅଭିନନ୍ଦନ ଜଣାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ଶ୍ରୀଲଙ୍କା ସହଭାଗୀତାର ବିଭିନ୍ନ ଦିଗ ସମୀକ୍ଷା କରିଛନ୍ତି। ଶ୍ରୀଲଙ୍କାର ଆର୍ଥିକ ପୁନଃନିର୍ମାଣରେ ଭାରତର ନିରନ୍ତର ସମର୍ଥନ ନିଶ୍ଚିତ ହୋଇଛି। ଆମର ପଡୋଶୀ ଦେଶ ପ୍ରଥମ ନୀତି ଏବଂ ସାଗର ଆଭିମୁଖ୍ୟ ସର୍ବଦା ଭାରତ-ଶ୍ରୀଲଙ୍କା ସମ୍ପର୍କର ଅଗ୍ରଗତି ଦିଗରେ ମାର୍ଗଦର୍ଶନ କରିବ।
The post ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ… appeared first on Dharitri Odia News.