ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ନିୟମ ନମାନିଲେ ୧୦୦୦ ଫାଇନ୍‌

ଭୁବନେଶ୍ବର : ଆସନ୍ତା ୧୬ ତାରିଖ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ତାର ପ୍ରସ୍ତୁତି ଚଳାଇଛି। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ଏପ୍ରିଲ ୧୬ ଓ ୧୭ ତାରିଖ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା […]

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ନିୟମ ନମାନିଲେ ୧୦୦୦ ଫାଇନ୍‌
Traffic restrictions issued for Rukuna Rath Yatra Of Lord Lingaraj

ଭୁବନେଶ୍ବର : ଆସନ୍ତା ୧୬ ତାରିଖ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ତାର ପ୍ରସ୍ତୁତି ଚଳାଇଛି। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

Screenshot 4 1

କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ଏପ୍ରିଲ ୧୬ ଓ ୧୭ ତାରିଖ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଏବଂ ଏପ୍ରିଲ ୨୦ ଓ ୨୧ ବାହୁଡା ଯାତ୍ରା ଉପଲକ୍ଷେ ଯାନବାହାନର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ କଟକଣା ଲାଗୁ କରାଯାଇଛି।

  • କୌଣସି ଯାନବାହାନକୁ ମାଉସୀ ମା ମା ଛକ ଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ମାଉସୀ ମା ଛକ ଠାରୁ ମ୍ୟୁଜିୟମ୍ ଛକ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ ।
  • କୌଣସି ପ୍ରକାର ଯାନବାହାନ ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳ ଗଳି, ହରଚଣ୍ଡୀ ଗଳି, ମୁନା ମେଡ଼ିକାଲ୍ ଗଳି, ପୁନମା ଗେଟ୍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥ ରୋଡ୍ କୁ ସଂଯୋଗ କରୁଛି, ସେହି ରାସ୍ତା ଅଥବା ଗଳି ରୁ କୌଣସି ଯାନବାହାନ ରଥ ରୋଡ୍ ରେ ଯିବା ଆସିବା କରିପାରିବେ ନାହିଁ ।
  • ରଥ ଖଳା ଠାରୁ ରଥ ରୋଡ୍ ରେ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେମାନେ ରଥ ଖଳା ଠାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ ।

ଏହି ନିୟମକୁ ଖିଲାପ କଲେ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।