ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ
ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର ଘରେ ସ୍ତ୍ରୀ ଓ ପୁତୁରା(ଦେଢ଼ ଶାଶୁଙ୍କ ପୁଅ)ଙ୍କୁ ଜ୍ୱାଇଁ। ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି। ଖବର ପାଇ ବ୍ରହ୍ମଗିରି ପୋଲିସ ଅଭିଯୁକ୍ତଙ୍କୁ ଉଦ୍ଧାର କରିଛି। ମିଳିଥିବା ସୁଚନା ଅନୁଯାୟୀ, ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁଙ୍କ ଘର ଖୋର୍ଦ୍ଧା କଳା ପଦର ଅଞ୍ଚଳରେ। ଦୀର୍ଘ ଦିନ ହେବ ସେ […] The post ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ appeared first on Dharitri Odia News.
ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର ଘରେ ସ୍ତ୍ରୀ ଓ ପୁତୁରା(ଦେଢ଼ ଶାଶୁଙ୍କ ପୁଅ)ଙ୍କୁ ଜ୍ୱାଇଁ। ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି। ଖବର ପାଇ ବ୍ରହ୍ମଗିରି ପୋଲିସ ଅଭିଯୁକ୍ତଙ୍କୁ ଉଦ୍ଧାର କରିଛି।
ମିଳିଥିବା ସୁଚନା ଅନୁଯାୟୀ, ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ଓରଫ କାଳୁଙ୍କ ଘର ଖୋର୍ଦ୍ଧା କଳା ପଦର ଅଞ୍ଚଳରେ। ଦୀର୍ଘ ଦିନ ହେବ ସେ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହିଆସୁଥିଲେ। ବୁଧବାର ସକାଳୁ ପାରିବାରିକ କଳହକୁ ନେଇ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଓ ପୁତୁରା ହାଣି ପକାଇଛି । ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି କାଳୁଙ୍କ ବାନ୍ଧି ଅଟକ ରଖିବା ସହିତ ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ୪ ମାସର ପୁତୁରାଙ୍କ ମୃତ୍ୟୁ ହୋଇଛିି। ଅଭିଯୁକ୍ତ ଥାନାରେ ଅଟକ ରହିଛି।
The post ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ appeared first on Dharitri Odia News.