ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି
ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ବୈଠକ କେବଳ ଶ୍ୱେତପତ୍ର ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହୋଇଛି। ଯାହା ମଧ୍ୟାହ୍ନ ପରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ। ୨୦୧୪ ପୂର୍ବରୁ ଅର୍ଥନୀତିର ‘ଅବ୍ୟବସ୍ଥା’ […] The post ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହି ବୈଠକ କେବଳ ଶ୍ୱେତପତ୍ର ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହୋଇଛି। ଯାହା ମଧ୍ୟାହ୍ନ ପରେ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ।
୨୦୧୪ ପୂର୍ବରୁ ଅର୍ଥନୀତିର ‘ଅବ୍ୟବସ୍ଥା’ ସମ୍ପର୍କରେ ମୋଦି ସରକାର ଆଜି ଅପରାହ୍ନରେ ପାର୍ଲାମେଣ୍ଟରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ ବୋଲି ବିଶ୍ୱାସ ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ସରକାର ଗଠନ କରାଯାଇଥିଲା। ଏହାପୂର୍ବରୁ, ମନମୋହନ ସିଂଙ୍କ ନେତୃତ୍ୱରେ କ୍ରମାଗତ ୧୦ ବର୍ଷ ଅର୍ଥାତ୍ ୨୦୦୪-୧୪ ପର୍ଯ୍ୟନ୍ତ ଏକ ସରକାର ଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳ ମଧ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ୨୦୨୪-୨୫ ବର୍ଷର ମଧ୍ୟବର୍ତ୍ତୀ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଏହି ଅବ୍ୟବସ୍ଥା ଉପରେ ଏକ ଶ୍ୱେତପତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି, ‘ସରକାର ଅର୍ଥନୀତି ଉପରେ ଏକ ଶ୍ୱେତପତ୍ର ଉପସ୍ଥାପନ କରିବେ। ଯାହା ଦ୍ୱାରା ୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠାରେ ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଜାଣିହେବ। ଏହି ଶ୍ୱେତପତ୍ରର ଉଦ୍ଦେଶ୍ୟ ହେଉଛି ସେହି ବର୍ଷଗୁଡିକର ପରିଚାଳନାଗତ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରିବା।
The post ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି appeared first on Dharitri Odia News.