ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସୋମବାର କଂଗ୍ରେସ ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ପାଞ୍ଚଟି ନାମ ଅଛି। ସେଥିମଧ୍ୟରୁ ଚାରିଟି ରାଜସ୍ଥାନର ହୋଇଥିବା ବେଳେ ଗୋଟିଏ ତାମିଲନାଡୁର ରହିଛି। ରାମଚନ୍ଦ୍ର ଚୌଧୁରୀ ଅଜମେର(ରାଜସ୍ଥାନ),ସୁଦର୍ଶନ ରାୱତ ରାଜସମନ୍ଦ (ରାଜସ୍ଥାନ, ଦାମୋଦର ଗୁର୍ଜର ଭିଲୱାଡା (ରାଜସ୍ଥାନ), ପ୍ରହ୍ଲାଦ ଗୁଞ୍ଜଲ କୋଟା (ରାଜସ୍ଥାନ)ଆଡଭୋକେଟ ସି ରୋବର୍ଟ ବ୍ରୁସ ତିରୁନଲଭେଲି (ତାମିଲନାଡୁ)। କଂଗ୍ରେସ ପୂର୍ବରୁ ରବିବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା। ଏହି […] The post ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌ appeared first on Dharitri Odia News.

ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୨୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସୋମବାର କଂଗ୍ରେସ ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ପାଞ୍ଚଟି ନାମ ଅଛି। ସେଥିମଧ୍ୟରୁ ଚାରିଟି ରାଜସ୍ଥାନର ହୋଇଥିବା ବେଳେ ଗୋଟିଏ ତାମିଲନାଡୁର ରହିଛି। ରାମଚନ୍ଦ୍ର ଚୌଧୁରୀ ଅଜମେର(ରାଜସ୍ଥାନ),ସୁଦର୍ଶନ ରାୱତ ରାଜସମନ୍ଦ (ରାଜସ୍ଥାନ, ଦାମୋଦର ଗୁର୍ଜର ଭିଲୱାଡା (ରାଜସ୍ଥାନ), ପ୍ରହ୍ଲାଦ ଗୁଞ୍ଜଲ କୋଟା (ରାଜସ୍ଥାନ)ଆଡଭୋକେଟ ସି ରୋବର୍ଟ ବ୍ରୁସ ତିରୁନଲଭେଲି (ତାମିଲନାଡୁ)।

କଂଗ୍ରେସ ପୂର୍ବରୁ ରବିବାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା। ଏହି ତାଲିକାରେ ଥିବା ତିନୋଟି ନାମ ଥିଲା । କଂଗ୍ରେସ ଘୋଷିତ ପ୍ରାର୍ଥୀ ସୁନୀଲ ଶର୍ମାଙ୍କୁ ହଟାଇ ଜୟପୁର ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆୱାସଙ୍କୁ ସ୍ଥାନ ଦେଇଛନ୍ତି। ନୂଆ ଚେହେରା ସୁନୀଲ ଶର୍ମାଙ୍କୁ ନେଇ ବିବାଦ ପରେ ଏହି ନିଷ୍ପତ୍ତି ନିଆଯାଇଛି।

 

The post ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କେଉଁଠୁ କାହାକୁ ମିଳିଲା ଟିକେଟ୍‌ appeared first on Dharitri Odia News.