ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି। ଏଏପି ପକ୍ଷରୁ କୁହାଯାଇଛି ଯେ,ଇଡି ସମନର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛନ୍ତି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍। ନଭେମ୍ବର […] The post ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍ରିୱାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି।
ଏଏପି ପକ୍ଷରୁ କୁହାଯାଇଛି ଯେ,ଇଡି ସମନର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛନ୍ତି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍।
ନଭେମ୍ବର ୨ରେ କେଜ୍ରିଓ୍ବାଲଙ୍କ ଇଡି ପକ୍ଷରୁ ପ୍ରଥମ ସମନ କରାଯାଇଥିଲା। ଏହାପରେ ଡିସେମ୍ବର ୨୧ରେ ଦ୍ୱିତୀୟ ସମନ,ଜାନୁଆରୀ ୩ରେ ତୃତୀୟ ସମନ, ୧୭ ଜାନୁଆରୀ ଚତୁର୍ଥ ସମନ, ୨ ଏବଂ ୫ ଫେବୃଆରୀରେ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସମନ କରାଯାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ।
The post ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍ରିୱାଲ appeared first on Dharitri Odia News.