ଷୋଡ଼ଶ ବିଧାନସଭାର ସରିଲା ଶେଷ ଅଧିବେଶନ
ଭୁବନେଶ୍ୱର: ସରିଲା ବିଧାନସଭା ଅଧିବେଶନ। ଷୋଡ଼ଶ ବିଧାନସଭାର ସରିଲା ଶେଷ ଅଧିବେଶନ। ଏହି ଅଧିବେଶନରେ ଥିଲା ପାଞ୍ଚଟି କାର୍ଯ୍ୟ ଦିବସ।... The post ଷୋଡ଼ଶ ବିଧାନସଭାର ସରିଲା ଶେଷ ଅଧିବେଶନ appeared first on .
ଭୁବନେଶ୍ୱର: ସରିଲା ବିଧାନସଭା ଅଧିବେଶନ। ଷୋଡ଼ଶ ବିଧାନସଭାର ସରିଲା ଶେଷ ଅଧିବେଶନ। ଏହି ଅଧିବେଶନରେ ଥିଲା ପାଞ୍ଚଟି କାର୍ଯ୍ୟ ଦିବସ। ଛୋଟ ଅବଧି ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା। ବଜେଟ ବି ପାରିତ ହୋଇଛି। ଷୋଡ଼଼ଶ ବିଧାନସଭା ଅଧିବେଶନ ଘଟଣାବହୁଳ ଓ ସ୍ମରଣୀୟ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆମ ରାଜ୍ୟର ବିକାଶରେ ଗତ ପାଞ୍ଚ ବର୍ଷଧରି ବାଚସ୍ପତି, ଉପବାଚସ୍ପତି ଓ ବାଚସ୍ପତି ପ୍ୟାନେଲ ଗୃହ ପରିଚାଳନା ଠିକଭାବେ ପରିଚାଳନା କରିଥିଲେ। ସବୁ ଦଳର ନେତା ଓ ହ୍ଵିପମାନଙ୍କୁ ଗୃହର କାର୍ଯ୍ୟ ଲାଗି ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି। ବିଧାୟକମାନଙ୍କ ଯୋଗଦାନ, ଆଲୋନଚାରେ ବିଧାୟକଙ୍କ ଉନ୍ନତର ବକ୍ତବ୍ଯ ଏବଂ ତଥ୍ୟ ଆଲୋନଚାକୁ ଉଚ୍ଚକୋଟିର କରିଥିଲା। କଠିନ ପରିଶ୍ରମ କରି ଗୃହର ସମସ୍ତ ଖବର ପ୍ରସାର କରିଥିବାରୁ ଗଣମାଧ୍ଯମ ପ୍ରତିନିଧିମାନଙ୍କୁ ମଧ୍ଯ ଧନ୍ୟବାଦ ଜଣାଇଛନ୍ତି।
ଏହାସହ ବିଧାନସଭା ଦାୟିତ୍ଵରେ ଥିବା ଓଏସଡି, ସଚିବ ତଥା ବିଧାନସଭାର କର୍ମକର୍ତ୍ତାଙ୍କୁ ଧନ୍ଯବାଦ ଜଣାଇଛନ୍ତି। ସମସ୍ତଙ୍କ ବ୍ଯକ୍ତିଗତ ଜୀବନରେ ଫଳପ୍ରଦ ଭବିଷ୍ଯତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ଯ ଓ ଦେଶର ସେବା କରିବାରେ ସଭିଏ ସହାୟକ ହେବେ ବୋଲି କହିଛନ୍ତି।
The post ଷୋଡ଼ଶ ବିଧାନସଭାର ସରିଲା ଶେଷ ଅଧିବେଶନ appeared first on .