ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କଲା କଂଗ୍ରେସ: ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା
କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ରହିଛି।
ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରାଜ୍ୟ ପ୍ରଭାରୀ ଡାକ୍ତର ଅଜୟ କୁମାର, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସଚିନ ପାଇଲଟ, ଅଳକା ଲାମ୍ବା, କେନହୟା କୁମାର ଓ ମୀନାକ୍ଷର ନଟରାଜନ ପ୍ରମୁଖଙ୍କ ନାଁ ରହିଛି।
ସେହିପରି ଏହି ତାଲିକରେ ଓଡ଼ିଶାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କିଶୋର ପଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରଚନ୍ଦନ, ଡକ୍ଟର ଆର୍.ସି ଖୁଣ୍ଟିଆ, ଭକ୍ତ ଚରଣ ଦାସ, ସୁଶୀଲା ତିରିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି ଓ ଜୟରାମ ପାଙ୍ଗି ପ୍ରମୁଖଙ୍କ ନାଁ ରହିଛି।
ପୂର୍ବରୁ ବିଜେପି ଓ ବିଜେଡି ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରି ସାରିଛନ୍ତି।