ଷ୍ଟେସନ ପାର୍କିଂରେ ଜଳିଗଲେ ଯୁବକ
ଆଠଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଏହି ଅଘଟଣ । କୋଇଲା ବୋଝେଇ ଟ୍ରେନ୍ରୁ ପାଲ ଚୋରି କରିବା ବେଳେ ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ଜଣକ ଜଳିଯାଇଥିବା ସୂଚନା ମିଳିଛି । ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ସେ ଛ ଗାଁର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ […]

ଆଠଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଏହି ଅଘଟଣ । କୋଇଲା ବୋଝେଇ ଟ୍ରେନ୍ରୁ ପାଲ ଚୋରି କରିବା ବେଳେ ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ଜଣକ ଜଳିଯାଇଥିବା ସୂଚନା ମିଳିଛି । ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ସେ ଛ ଗାଁର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ ରେଳ ଷ୍ଟେସନ ପାର୍କିଂରେ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା । ଏହି ସମୟରେ କୋଇଲା ଉପରେ ଘୋଡା ଯାଇଥିବା ପାଲ ଚୋରି କରିବା ପାଇଁ ଯୁବକ ଜଣକ ମାଲବାହୀ ଟ୍ରେନର ଗୋଟିଏ ୱାଗନ ଉପରେ ଚଢ଼ିଥିଲେ। ଏହି ସମୟରେ ଯୁବକ ହାଇ-ଭୋଲଟେଜ୍ ବୈଦ୍ୟୁତିକ ତାର ସଂସ୍ପର୍ଶରେ ଆସି ଜାଳି ଯାଇଥିଲେ ଇ ଏହା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ରେଳ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରେଲ ବିଭାଗ ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି ।