ସଂପର୍କ ଯୋଡିଲା ଟିକ୍‌ ଟକ୍...୧୯ବର୍ଷ ପରେ ଭେଟ ହେଲେ ଯାଆଁଳା ଭଉଣୀ

ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ। ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନଥିଲେ।

ସଂପର୍କ ଯୋଡିଲା ଟିକ୍‌ ଟକ୍...୧୯ବର୍ଷ ପରେ ଭେଟ ହେଲେ ଯାଆଁଳା ଭଉଣୀ

ରମେଶ ସିପ୍ପିଙ୍କ ବଲିଉଡ ବ୍ଲକବାଷ୍ଟର ଫିଲ୍ମ ସୀତା ଔର ଗୀତା ଭଳି ଆଉ ଏକ ସତ କାହାଣୀ ସାମନାକୁ ଆସିଛି। ରିୟଲ ଲାଇଫରେ ଘଟିଥିବା ଏକ ସମାନ ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଜନ୍ମ ସମୟରେ ଅଲଗା ହେଲେ ଦୁଇ ଭଉଣୀ। ପୁଣି ୧୯ବର୍ଷ ପରେ ଗୋଟିଏ ସହରରେ ଦୁହିଁଙ୍କର ଆମନା ସାମନା ହେଲା। ଫିଲ୍ମ ପରି ଲାଗୁଥିବା ଏହି କାହାଣୀଟି ପ୍ରକୃତରେ ସତ । ଏମିତି କିଛି ଘଟଣା ଘଟିଛି ୟୁରୋପୀୟ ଦେଶ ଜର୍ଜିଆରେ। ଏକ ଟିକ୍‌ ଟକ୍‌ ଭିଡିଓ ମାଧ୍ୟମରେ ଉଭୟ ପୁଣି ଥରେ ଏକାଠି ହୋଇପାରିଛନ୍ତି।

ବିବିସିର ରିପୋର୍ଟ ଅନୁସାରେ, ଦୁଇ ଭଉଣୀ ହେଲେ ଆମି ଖିତିୟା ଓ ଅନୋ ସରତାନିୟା । ଉଭୟ ଜାଆଁଳା ଉଭଣୀ। ଏକ ଟିଭି ଶୋ’ ଜର୍ଜିଆଜ ଗଟ୍ ଟ୍ୟାଲେଣ୍ଟରେ ଆମି ନୃତ୍ୟ କରୁଥିବା ବେଳେ ଅନ୍ୟ ଜଣେ ଝିଅ ଉପରେ ପଡିଯାଇଥିଲେ। ଯିଏକି ଅବିକଳ ତାଙ୍କ ପରି ଦେଖାଯାଉଥିଲେ। ସେ ସେତେବେଳ ଯାଏ ଜାଣି ନ ଥିଲେ ଯେ ସେ ତାଙ୍କ ହଜି ଯାଇଥିବା ଭଉଣୀ। ସେହିପରି ଆନୋ ଏକ ଟିକ୍‌ ଟକ୍‌ ଭିଡିଓରେ ଠିକ ତାଙ୍କ ପରି ଦେଖାଯାଉଥିବା ଜଣେ ଝିଅକୁ ଦେଖିଲେ। ଯିଏକି ତାଙ୍କ ଯାଆଁଳା ଭଉଣୀ ଥିଲେ।

ଉଭୟ ୨୦୦୨ମସିହାରେ ଜନ୍ମ ହୋଇଥିଲେ। ଉଭୟଙ୍କର ମା’ କୋମାକୁ ଚାଲିଯାଇଥିଲେ। ଏହାପରେ ତାଙ୍କ ବାପା ଦୁଇ ଶିଶୁଙ୍କୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଲେ। ଅନୋ ଟିବିଲିସିରେ ରହୁଥିବା ବେଳେ ଆମି ଜୁଗଡିଡିରେ ବଡ ହୋଇଥିଲେ। ଦୁହେଁ ଏ ବାବଦରେ ସଂପୂର୍ଣ୍ଣ ଅ‌ଜ୍ଞ ଥିଲେ। ପ୍ରଥମେ ନୃତ୍ୟ ଓ ପରେ ଟିକ୍‌ ଟକ୍‌ ଭିଡିଓ ନେଇ ସେମାନେ ଖୋଳତାଡ ଆରମ୍ଭ କରିଥିଲେ। ପରେ ସବୁ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ। ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନ ଥିଲେ। ଦୁଇ ବର୍ଷ ପୂର୍ବେ ଜର୍ଜିଆର ରାଜଧାନୀ ଟିବିଲିସର ରୁସ୍ତାଭେଲି ବ୍ରିଜରେ ଆମି ଏବଂ ଅନୋ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ।