ସଂସଦ ଭବନରେ ‘ତ୍ରୁଟି’ କହିଥିବା ବାସ୍ତୁ ବିଶେଷଜ୍ଞଙ୍କୁ ଗିରଫ କଲା ପୋଲିସ, ୬୫ କୋଟି ଠକେଇ ନେଇ ରହିଛି ମାମଲା

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନର ପୁସ୍ତକାଳୟରେ ବାସ୍ତୁ ସମସ୍ୟା ରହିଥିବା କହି ୧୯୯୭ରେ ଚର୍ଚ୍ଚା ଆସିଥିବା ବାସ୍ତୁ ବିଶେଷଜ୍ଞ ଖୁଶଦୀପ ବଂସଲ ଏବେ ପୁଣି ଚର୍ଚ୍ଚାରେ। ସେତେବେଳେ ବଂସଲ କହିଥିଲେ ଯେ, ଲାଇବ୍ରେରୀରେ ‘ବାସ୍ତୁ ସମସ୍ୟା’ ଥିଲା ଏହି କାରଣରୁ ସରକାର ଭାଙ୍ଗିଥିଲା। ଆଉ ଏବେ ଏହାର ପ୍ରାୟ ୩୦ ବର୍ଷ ପରେ ତାଙ୍କ ନାଁ ପୁଣି ଥରେ ସାମନାକୁ ଆସିଛି। ତେବେ ଏଥର ୬୫ କୋଟି ଟଙ୍କା ଘୋଟାଲା ମାମଲାରେ। ଖୁଶଦୀପ ବଂସଲ ଏବଂ ତାଙ୍କ ଭାଇଙ୍କୁ ସୋମବାର ଆସାମ ପୋଲିସ ଏବଂ ଦିଲ୍ଲୀ ପୋଲିସର ମିଳିତ ଟିମ୍‌ ଦିଲ୍ଲୀରୁ ଗିରଫ କରିଛି। ଗିରଫରେ ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ସେଲର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍‌ ମଧ୍ୟ (ସିଆଇ) ମଧ୍ୟ ସାମିଲ ଥିଲେ। ଦୁହିଁଙ୍କୁ ଗିରଫ ପରେ ତୁରନ୍ତ ଆସାମ ନିଆଯାଇଛି। ସେଠାରେ ତାଙ୍କ ଉପରେ ୬୫ କୋଟି ଟଙ୍କାର ସ୍ବାୟତ୍ତ ପରିଷଦ ଘୋଟାଲ ଅଭିଯୋଗ ରହିଛି। ଏହି ଘୋଟାଲାରେ ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ନେତାଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଦିଲ୍ଲୀର ସବରଓ୍ବାଲ ଟ୍ରେଡିଂ କମ୍ପାନି ମାଲିକ କମଲ ସବରଓ୍ବାଲ ବଂସଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ୟୁସିସି ବିଧେୟକ ବିଧାନସଭାରେ ପାରିତ, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ ତେବେ ବଂସଲ ଦିଲ୍ଲୀ ପୋଲିସକୁ କହିଛନ୍ତି ଯେ, ସେ କେବଳ ଜଣେ ବ୍ୟକ୍ତିଙ୍କୁ କମଲଙ୍କ ଭେଟ କରାଇଥିଲେ। ଏହା ସହ ଆସାମ ପୋଲିସ ଦା

ସଂସଦ ଭବନରେ ‘ତ୍ରୁଟି’ କହିଥିବା ବାସ୍ତୁ ବିଶେଷଜ୍ଞଙ୍କୁ ଗିରଫ କଲା ପୋଲିସ, ୬୫ କୋଟି ଠକେଇ ନେଇ ରହିଛି ମାମଲା

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନର ପୁସ୍ତକାଳୟରେ ବାସ୍ତୁ ସମସ୍ୟା ରହିଥିବା କହି ୧୯୯୭ରେ ଚର୍ଚ୍ଚା ଆସିଥିବା ବାସ୍ତୁ ବିଶେଷଜ୍ଞ ଖୁଶଦୀପ ବଂସଲ ଏବେ ପୁଣି ଚର୍ଚ୍ଚାରେ। ସେତେବେଳେ ବଂସଲ କହିଥିଲେ ଯେ, ଲାଇବ୍ରେରୀରେ ‘ବାସ୍ତୁ ସମସ୍ୟା’ ଥିଲା ଏହି କାରଣରୁ ସରକାର ଭାଙ୍ଗିଥିଲା। ଆଉ ଏବେ ଏହାର ପ୍ରାୟ ୩୦ ବର୍ଷ ପରେ ତାଙ୍କ ନାଁ ପୁଣି ଥରେ ସାମନାକୁ ଆସିଛି। ତେବେ ଏଥର ୬୫ କୋଟି ଟଙ୍କା ଘୋଟାଲା ମାମଲାରେ।

ଖୁଶଦୀପ ବଂସଲ ଏବଂ ତାଙ୍କ ଭାଇଙ୍କୁ ସୋମବାର ଆସାମ ପୋଲିସ ଏବଂ ଦିଲ୍ଲୀ ପୋଲିସର ମିଳିତ ଟିମ୍‌ ଦିଲ୍ଲୀରୁ ଗିରଫ କରିଛି। ଗିରଫରେ ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ସେଲର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍‌ ମଧ୍ୟ (ସିଆଇ) ମଧ୍ୟ ସାମିଲ ଥିଲେ। ଦୁହିଁଙ୍କୁ ଗିରଫ ପରେ ତୁରନ୍ତ ଆସାମ ନିଆଯାଇଛି। ସେଠାରେ ତାଙ୍କ ଉପରେ ୬୫ କୋଟି ଟଙ୍କାର ସ୍ବାୟତ୍ତ ପରିଷଦ ଘୋଟାଲ ଅଭିଯୋଗ ରହିଛି। ଏହି ଘୋଟାଲାରେ ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ନେତାଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଦିଲ୍ଲୀର ସବରଓ୍ବାଲ ଟ୍ରେଡିଂ କମ୍ପାନି ମାଲିକ କମଲ ସବରଓ୍ବାଲ ବଂସଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ୟୁସିସି ବିଧେୟକ ବିଧାନସଭାରେ ପାରିତ, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

ତେବେ ବଂସଲ ଦିଲ୍ଲୀ ପୋଲିସକୁ କହିଛନ୍ତି ଯେ, ସେ କେବଳ ଜଣେ ବ୍ୟକ୍ତିଙ୍କୁ କମଲଙ୍କ ଭେଟ କରାଇଥିଲେ। ଏହା ସହ ଆସାମ ପୋଲିସ ଦାବି କରିଛି ଯେ, ସବୁ ଅଭିଯୁକ୍ତ ବ୍ୟାପକ ଘୋଟାଲାକୁ ଘଟାଇବା ପାଇଁ ତାଙ୍କୁ ସହଯୋଗ କରିଥିଲେ ଏବେ ସାମନାକୁ ଆସିଛି। ନିଜର ବାସ୍ତୁ ଉପଦେଶ ବ୍ୟତୀତ ବଂସଲ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରକଳ୍ପର ପରାମର୍ଶଦାତା ଏବଂ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଉଦ୍ୟୋଗପତିଙ୍କ ରଣନୀତିକ ପରାମର୍ଶଦାତା।

The post ସଂସଦ ଭବନରେ ‘ତ୍ରୁଟି’ କହିଥିବା ବାସ୍ତୁ ବିଶେଷଜ୍ଞଙ୍କୁ ଗିରଫ କଲା ପୋଲିସ, ୬୫ କୋଟି ଠକେଇ ନେଇ ରହିଛି ମାମଲା appeared first on Prameya News7.