ସଂସଦରେ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ : ୬.୩ପ୍ରତିଶତର ମନ୍ଥର ଗତିରେ ବଢ଼ିବ ଭାରତ
କନକବ୍ୟୁରୋ : ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୩%ରୁ ୬.୮% ରହିବା ନେଇ ଆକଳନ କରିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ସଂସଦରେ ବଜେଟ୍ ଆସିବା ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯାହା ବର୍ତ୍ତମାନ ଦେଶରେ ଅର୍ଥନୀତିର ସ୍ଥିତିକୁ ପ୍ରଦର୍ଶିତ କରୁଛି ଏବଂ ଆଗକୁ ଏହାର ଗତି କେମିତି ରହିବ ଏକ ସାମଗ୍ରୀକ ଚିତ୍ର ପ୍ରଦାନ କରୁଛି । ଦେଶର ଅଭିବୃଦ୍ଧି ନେଇ IMF ଓ ବିଶ୍ୱବ୍ୟାଙ୍କ ଭିନ୍ନଭିନ୍ନ ଆକଳନ କରିଥିଲେ । IMFର ଆକଳନ ୬.୫% ଓ ବିଶ୍ୱ ବ୍ୟାଙ୍କ ଆକଳନ ୬.୭% ଥିଲାହେଲେ ୨୦୨୫-୨୬ରେ ଅଭିବୃଦ୍ଧି ୬.୩%ରୁ ୬.୮% ରହିବା ଅନୁମାନଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ଆକଳନ ନିରୁତ୍ସାହ ଜନକ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପାଇଁ ୮% ଅଭିବୃଦ୍ଧି ଜରୁରୀଚଳିତ ଆର୍ଥିକବର୍ଷରେ ସେବା କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛିହେଲେ ନିର୍ମାଣ କ୍ଷେତ୍ରର ପ୍ରଦର୍ଶନ କମିଥିବାରୁ କମିବ ଅଭିବୃଦ୍ଧି ହାର ଆଶ୍ୱସ୍ତିର କଥା ହେଉଛି ଯେ, ବୈଦେଶିକ ଅନିଶ୍ଚିତତା ଓ ଜିଓ-ପଲିଟିକାଲ ଅସ୍ଥିରତା ସତ୍ବେ ଭାରତର ଅର୍ଥନୀତି ସ୍ଥିର ରହିଛି। ଦେଶେର ଯୁବବର୍ଗ ଭାରତକୁ ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇ ପାରିବେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତୃତୀୟ ବୃହତ ଅର୍ଥନୀତି ହେବ ଭାରତ ଦେଶରେ ୧୦ରୁ ୧୪ ବର୍ଷ ବୟସ୍କଙ୍କ ସଂଖ୍ୟା ୨୬ ପ୍

କନକବ୍ୟୁରୋ : ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୩%ରୁ ୬.୮% ରହିବା ନେଇ ଆକଳନ କରିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ସଂସଦରେ ବଜେଟ୍ ଆସିବା ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯାହା ବର୍ତ୍ତମାନ ଦେଶରେ ଅର୍ଥନୀତିର ସ୍ଥିତିକୁ ପ୍ରଦର୍ଶିତ କରୁଛି ଏବଂ ଆଗକୁ ଏହାର ଗତି କେମିତି ରହିବ ଏକ ସାମଗ୍ରୀକ ଚିତ୍ର ପ୍ରଦାନ କରୁଛି । ଦେଶର ଅଭିବୃଦ୍ଧି ନେଇ IMF ଓ ବିଶ୍ୱବ୍ୟାଙ୍କ ଭିନ୍ନଭିନ୍ନ ଆକଳନ କରିଥିଲେ ।
IMFର ଆକଳନ ୬.୫% ଓ ବିଶ୍ୱ ବ୍ୟାଙ୍କ ଆକଳନ ୬.୭% ଥିଲା
ହେଲେ ୨୦୨୫-୨୬ରେ ଅଭିବୃଦ୍ଧି ୬.୩%ରୁ ୬.୮% ରହିବା ଅନୁମାନ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ଆକଳନ ନିରୁତ୍ସାହ ଜନକ
୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପାଇଁ ୮% ଅଭିବୃଦ୍ଧି ଜରୁରୀ
ଚଳିତ ଆର୍ଥିକବର୍ଷରେ ସେବା କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛି
ହେଲେ ନିର୍ମାଣ କ୍ଷେତ୍ରର ପ୍ରଦର୍ଶନ କମିଥିବାରୁ କମିବ ଅଭିବୃଦ୍ଧି ହାର
ଆଶ୍ୱସ୍ତିର କଥା ହେଉଛି ଯେ, ବୈଦେଶିକ ଅନିଶ୍ଚିତତା ଓ ଜିଓ-ପଲିଟିକାଲ ଅସ୍ଥିରତା ସତ୍ବେ ଭାରତର ଅର୍ଥନୀତି ସ୍ଥିର ରହିଛି। ଦେଶେର ଯୁବବର୍ଗ ଭାରତକୁ ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇ ପାରିବେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତୃତୀୟ ବୃହତ ଅର୍ଥନୀତି ହେବ ଭାରତ
ଦେଶରେ ୧୦ରୁ ୧୪ ବର୍ଷ ବୟସ୍କଙ୍କ ସଂଖ୍ୟା ୨୬ ପ୍ରତିଶତ
ଯେଉଁମାନେ ଭାରତ ପାଇଁ ବଡ଼ ୱାର୍କଫୋର୍ସ ହୋଇପାରିବେ
୨୦୧୪ରେ ଭାରତ ବିଶ୍ୱର ଦଶମ ବୃହତ ଅର୍ଥନୀତି ଥିଲା
୧୦ ବର୍ଷରେ ଏହା ବ୍ରିଟେନ୍କୁ ପଛରେ ପକାଇ ଚତୁର୍ଥ ଅର୍ଥନୀତି ପାଲଟିଛି
୨୦୩୦ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଭାରତ ସକ୍ଷମ
ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪%ରୁ ୪.୯%କୁ ଖସିଆସିଛି। ତେବେ ଯୋଗାଣ ଶୃଙ୍ଖଳ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ଅଧିକ ରହୁଥିବା ରିପୋର୍ଟରେ କୁହାଯାଇଛି। ୩.୨ ପ୍ରତିଶତକୁ ଖସିଛି ବେରୋଜଗାର ହାର। ୨୦୧୭-୧୮ରେ ଏହା ୬% ଉପରେ ଥିଲା। ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ୬୪୦.୩ ବିଲିୟନ ଡଲାର। ରହିଛି ଯାହା, ଆଗାମୀ ପ୍ରାୟ ୧୧ ମାସର ଆମଦାନୀ ଓ ବାହ୍ୟ ଋଣ ବହନ କରିବାକୁ ସକ୍ଷମ। ଖରିଫ ଉତ୍ପାଦନ ମଧ୍ୟ ଗତବର୍ଷ ଠାରୁ ୯୦ ଲକ୍ଷ ମେଟ୍ରିକ ଟନ୍ ବଢ଼ିଛି। ଏସବୁକୁ ଦୃଷ୍ଟିରେ ରଖି ଆସନ୍ତକାଲି ଉପସ୍ଥାପନ ହେବାକୁ ଥିବା ବଜେଟ୍ର ରୂପରେଖ ସ୍ଥିର କରିଛନ୍ତି ମୋଦୀ ସରକାର।