ସଂସଦରେ ଉପସ୍ଥାପିତ ହେଲା ‘ଇକୋନମିକ ସର୍ଭେ’ ରିପୋର୍ଟ-୨୦୨୩-୨୦୨୪, ଦେଶର ଅଭିବୃଦ୍ଧି ହାର ୬.୫-୭

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ଆର୍ଥିକ ସର୍ଭେ (ଇକୋନମିକ ସର୍ଭେ) ରିପୋର୍ଟ ଉପସ୍ଥାପନ କରିଛନ୍ତି। ସର୍ଭେ ଅନୁସାରେ ଏପ୍ରିଲରେ ୱାର୍ଲଡ ଇକୋନମିକ ଆଉଟଲୁକ ମୁତାବକ ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୩.୨ ପ୍ରତିଶତ ରହିଛି। ବିଭିନ୍ନ ଦେଶରେ ବିକାଶ ଅଲଗା ଅଲଗା ପାଟର୍ଣ୍ଣ ସାମ୍ନାକୁ ଆସିଛି। ତେବେ ତମାମ ବାହ୍ୟ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୩ରେ ହାସଲ କରିଥିବା ଗତି ୨୦୨୪ରେ ମଧ୍ୟ କାୟମ ରଖିବ ବୋଲି କୁହାଯାଇଛି। ୨୦୨୪ ଆର୍ଥିକ ବର୍ଷରେ ଭାରତର ବାସ୍ତବିକ ଜିଡିପି ୮.୨ ପ୍ରତିଶତ ବଢିଛି, ଯାହା ଆର୍ଥିକ ବର୍ଷର ୪ ରୁ ୩ ତ୍ରୈମାସିକରେ ୮ ପ୍ରତିଶତରୁ ଅଧିକ ଥିଲା। ମାକ୍ରୋ ଇକୋନମିକ ସ୍ଥିରତା କାୟମ ରଖିବା ପାଇଁ ଧ୍ୟାନ କେନ୍ଦ୍ରିତ କରାଯିବାରୁ ଏହା ସୁନିଶ୍ଚିତ ହୋଇଛିଯେ ବାହ୍ୟ ଆହ୍ୱାନର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କମ୍ ପଡିଛି। କେତେ ରହିବ ଅଭିବୃଦ୍ଧି ହାର ଆର୍ଥିକ ସର୍ଭେକ୍ଷଣ ୨୦୨୩-୨୪ରେ କୁହାଯଇଛି ଯେ ୨୦୨୫ ଆର୍ଥିକ ବର୍ଷ ଲାଗି ଭାରତର ବାସ୍ତବିକ ଜିଡିପି ବୃଦ୍ଧି ୬.୫-୭ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ସର୍ଭେକ୍ଷଣରେ କୁହାଯାଇଛି ଯେ ୨୦୨୪ ଆର୍ଥିକ ବର୍ଷରେ ବାସ୍ତବିକ ଜିଡିପି ୨୦୧୯-୨୦ ଆର୍ଥିକ ବର୍ଷର ସ୍ତରରୁ ୨୦ ପ୍ରତିଶତରୁ ବି ଅଧିକ ରହିଛି। ହ୍ରାସ ହୋଇଛି ବେକାରୀ ସର୍ଭେକ୍ଷଣ ଅନୁସାରେ ଗତ ୬ ବର୍ଷରେ ଭାରତୀୟ ଶ୍ରମ ବଜାର ସଂକେତକରେ ସୁଧାର ହୋଇଛି ଓ

ସଂସଦରେ ଉପସ୍ଥାପିତ ହେଲା ‘ଇକୋନମିକ ସର୍ଭେ’ ରିପୋର୍ଟ-୨୦୨୩-୨୦୨୪, ଦେଶର ଅଭିବୃଦ୍ଧି ହାର ୬.୫-୭

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ଆର୍ଥିକ ସର୍ଭେ (ଇକୋନମିକ ସର୍ଭେ) ରିପୋର୍ଟ ଉପସ୍ଥାପନ କରିଛନ୍ତି। ସର୍ଭେ ଅନୁସାରେ ଏପ୍ରିଲରେ ୱାର୍ଲଡ ଇକୋନମିକ ଆଉଟଲୁକ ମୁତାବକ ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୩.୨ ପ୍ରତିଶତ ରହିଛି। ବିଭିନ୍ନ ଦେଶରେ ବିକାଶ ଅଲଗା ଅଲଗା ପାଟର୍ଣ୍ଣ ସାମ୍ନାକୁ ଆସିଛି। ତେବେ ତମାମ ବାହ୍ୟ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୩ରେ ହାସଲ କରିଥିବା ଗତି ୨୦୨୪ରେ ମଧ୍ୟ କାୟମ ରଖିବ ବୋଲି କୁହାଯାଇଛି। 

୨୦୨୪ ଆର୍ଥିକ ବର୍ଷରେ ଭାରତର ବାସ୍ତବିକ ଜିଡିପି ୮.୨ ପ୍ରତିଶତ ବଢିଛି, ଯାହା ଆର୍ଥିକ ବର୍ଷର ୪ ରୁ ୩ ତ୍ରୈମାସିକରେ ୮ ପ୍ରତିଶତରୁ ଅଧିକ ଥିଲା। ମାକ୍ରୋ ଇକୋନମିକ ସ୍ଥିରତା କାୟମ ରଖିବା ପାଇଁ ଧ୍ୟାନ କେନ୍ଦ୍ରିତ କରାଯିବାରୁ ଏହା ସୁନିଶ୍ଚିତ ହୋଇଛିଯେ ବାହ୍ୟ ଆହ୍ୱାନର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କମ୍ ପଡିଛି। 

କେତେ ରହିବ ଅଭିବୃଦ୍ଧି ହାର
 ଆର୍ଥିକ ସର୍ଭେକ୍ଷଣ ୨୦୨୩-୨୪ରେ କୁହାଯଇଛି ଯେ ୨୦୨୫ ଆର୍ଥିକ ବର୍ଷ ଲାଗି ଭାରତର ବାସ୍ତବିକ ଜିଡିପି ବୃଦ୍ଧି ୬.୫-୭ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ସର୍ଭେକ୍ଷଣରେ କୁହାଯାଇଛି ଯେ ୨୦୨୪ ଆର୍ଥିକ ବର୍ଷରେ ବାସ୍ତବିକ ଜିଡିପି ୨୦୧୯-୨୦ ଆର୍ଥିକ ବର୍ଷର ସ୍ତରରୁ ୨୦ ପ୍ରତିଶତରୁ ବି ଅଧିକ ରହିଛି। 

ହ୍ରାସ ହୋଇଛି ବେକାରୀ
 ସର୍ଭେକ୍ଷଣ ଅନୁସାରେ ଗତ ୬ ବର୍ଷରେ ଭାରତୀୟ ଶ୍ରମ ବଜାର ସଂକେତକରେ ସୁଧାର ହୋଇଛି ଓ ୨୦୨୨-୨୩ରେ ବେକାରୀ ହାର ହ୍ରାସ ହୋଇ ୩.୨ ପ୍ରତିଶତକୁ ପହଞ୍ଚିଛି। ସର୍ଭେକ୍ଷଣରେ ଏହା ବି କୁହାଯାଇଛି ଯେ ୱାର୍କଫୋର୍ସରେ ଯୁବବର୍ଗର ଭାଗିଦାରୀ ବଢିବା ସହିତ ଯୁବ ବେକାରୀ ହାର ୨୦୧୭-୧୮ର ୧୭.୮ ପ୍ରତିଶତରୁ ହ୍ରାସ ହୋଇ ୨୦୨୨-୨୩ରେ  ୧୦ ପ୍ରତିଶତକୁ ପହଞ୍ଚିଛି। ସର୍ଭେକ୍ଷଣ ଅନୁସାରେ ସ୍କିଲଗ୍ୟାପ୍ ଏବେବି ଆହ୍ୱାନ ହୋଇ ରହିଛି। ଦେଶର ୬୫ପ୍ରତିଶତ ଜନସଂଖ୍ୟା ୩୫ରୁ କମ୍ ଆୟୁ ବର୍ଗର । ତଥାପି ଆଧୁନିକ ଅର୍ଥବ୍ୟବସ୍ଥା ନିମନ୍ତେ ଆବଶ୍ୟକ ସ୍କିଲର ଅଭାବ ରହିଛି। ବର୍ତ୍ତମାନ ସମୟରେ କେବଳ ୫୧.୨୫ ପ୍ରତିଶତ ଯୁବବର୍ଗଙ୍କୁ ରୋଜଗାର ଯୋଗ୍ୟ ମନେ କରାଯାଉଛି। 

ଜାଣନ୍ତୁ ମୁଦ୍ରାସ୍ପିତିର ହାଲ
 ସର୍ଭେକ୍ଷଣରେ କୁହାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ସଠିକ ସମୟରେ କେନ୍ଦ୍ର ସରକାରଙ୍କ ନୀତିଗତ ହସ୍ତକ୍ଷେପ ଯୋଗୁ  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଉପାୟ ଖୁଚୁରା ମୁଦ୍ରାସ୍ପିତିକୁ ୫.୪ ପ୍ରତିଶତରେ କାୟମ ରହିବାରେ ସହାୟତା କରିଥିଲା,ଯାହା ମହାମାରୀ ପରବର୍ତ୍ତୀ ସବୁଠୁ ନିମ୍ନସ୍ତର ଥିଲା। ସର୍ଭେକ୍ଷଣ ଅନୁସାରେ ବିଭିନ୍ନ ବୈଶ୍ୱିକ ସଂକଟ, ସପ୍ଲାଇ ଚେନ୍‌ରେ ବିଶୃଙ୍ଖଳା ଓ ମୌସୁମୀ ଅନିଶ୍ଚିତତା ଯୋଗୁ ଉତ୍ପନ୍ନ ହୋଇଥିବା ମୁଦ୍ରାସ୍ପିତିର ଚାପକୁ ପ୍ରଶାସନିକ ଓ ମୌଦ୍ରିକ ନୀତି ଜରିଆରେ କୁଶଳତା ପୂର୍ବକ ପ୍ରବନ୍ଧନ କରାଯାଇଥିଲା। 

କେତେ ବଢିଛି ରପ୍ତାନୀ?
 ବିଶ୍ୱବ୍ୟାଙ୍କ ଲଜିଷ୍ଟିକ୍ ନିଷ୍ପାଦନ ସୂଚକାଙ୍କରେ ଭାରତର ରାଙ୍କିଙ୍ଗରେ ୬ ସ୍ଥାନ ସୁଧାର ହୋଇଛି। ୨୦୧୮ରେ ୪୪ତମ ସ୍ଥାନରେ ଥିବା ଭାରତ ୨୦୨୩ରେ ୩୮ତମ ସ୍ଥାନକୁ ପହଞ୍ଚି ପାରିଛି। ଭାରତ ରପ୍ତାନୀ ଲାଗି ଆହୁରି ଅଧିକ ଗନ୍ତବ୍ୟ ସଂଯୁକ୍ତ କରିଛି। ଯାହା ରପ୍ତାନୀ କ୍ଷେତ୍ରରେ ବିବିଧତାର ସଂକେତ ଦେଉଛି। ୨୦୨୪ ଆର୍ଥିକ ବର୍ଷରେ ଭାରତର ସେବା ରପ୍ତାନୀ ୪.୯ ପ୍ରତିଶତ ବଢି ୩୪୧.୧ଆମେରିକୀୟ ଡଲାର ହୋଇଯାଇଛି। ଯେଉଁଥିରେ ମୁଖ୍ୟ ରୂପେ ଆଇଟି/ସେଫ୍ଟୱେର ସେବା ଓ ଅନ୍ୟ ବ୍ୟବସାୟୀକ ସେବାର ଯୋଗଦାନ ରହିଛି। ବିଶ୍ୱସ୍ତରରେ ଭାରତ ଟପ୍ ରିମିଟାନ୍ସ ପ୍ରାପ୍ତକର୍ତ୍ତା ଦେଶରେ ପରିଣତ ହୋଇଛି। ୨୦୨୩ରେ ଏହି ରାଶି ୧୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଆମଦାନୀରେ ସଂଜତ ସ୍ଥିତି ଓ ସେବା ରପ୍ତାନୀ ବୃଦ୍ଧି ଭାରତର ଚାଲୁ ଖାତା ଘାଟା ସୁଧାର କରିଛି। ଯାହା ୨୦୨୪ ଆର୍ଥିକ ବର୍ଷରେ ୦.୭ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଛି। 

କେତେ ନିବେଶ କରିଛନ୍ତି ବିଦେଶୀ ନିବେଶକ
 ଭାରତର ମଜଭୁତ ଆର୍ଥିକ ବିକାଶ, ସ୍ଥିର ବ୍ୟବସାୟୀକ ପରିବେଶ ଓ ନିବେଶକଙ୍କ ବଢୁଥିବା ବିଶ୍ୱାସ ଯୋଗୁ ୨୦୨୪  ଆର୍ଥିକ ବର୍ଷରେ ସକରାତ୍ମକ ଶୁଦ୍ଧ ବିଦେଶୀ ପୋର୍ଟଫୋଲିଓ ନିବେଶ ଅନ୍ତର୍ବାହ ଦେଖିଛି। ଭାରତର ବିଦେଶୀ ଋଣ ଗତ କିଛି ବର୍ଷ ହେଲା ସ୍ଥିର ରହିଛି। ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ଜିଡିପିରେ ବିଦେଶୀ ଋଣର ଅନୁପାତ୧୮.୭ ପ୍ରତିଶତ ଦେଖାଯାଇଛି।