ସଂସଦରେ ନିଟ୍ ଝଡ ଜାରି । କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ ।

କନକ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି […] The post ସଂସଦରେ ନିଟ୍ ଝଡ ଜାରି । କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ । first appeared on Kanak News.

ସଂସଦରେ ନିଟ୍ ଝଡ ଜାରି । କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ ।

କନକ ବ୍ୟୁରୋ: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଦୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଯାହାକୁ ନେଇ ଗୃହ କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହା ଭିତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭଯୋଗ କରିଥିଲେ ଯେ ନିଟ୍ ପ୍ରସଙ୍ଗ ଉଠାଇବା ମାତ୍ରକେ ତାଙ୍କ ମାଇକକୁ ବନ୍ଦ କରାଯାଉଛି । ଏହାର ଜବାବ ରଖିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

ଅନ୍ୟପଟେ ପରୀକ୍ଷାରେ ସ୍ବଚ୍ଛତା ଏବଂ ଏନଟିଏରେ ସଂସ୍କାର ଆଣିବା ପାଇଁ ଗଠନ ହୋଇଥିବା କମିଟି କାର୍ୟ୍ୟ ଆରମ୍ଭ କରିଛି। ସଂସ୍କାର କମିଟି ଏଣିକି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ପରାମର୍ଶ ନେବା ସହ ସ୍ବଚ୍ଛ ପରୀକ୍ଷା ପାଇଁ ପ୍ରସ୍ତୁତି କରିବ । ଆସନ୍ତା ଜୁଲାଇ ୭ ତାରିଖ ପର୍ୟ୍ୟନ୍ତ ଫିଡବ୍ୟାକ ଦେବା ପାଇଁ ଶେଷ ତାରିଖ ଧାର୍ୟ୍ୟ କରାଯାଇଛି। ପରାମର୍ଶ ଗ୍ରହଣ ପରେ ପରୀକ୍ଷା ବ୍ୟବସ୍ଥା ଏବଂ ସିକ୍ୟୁରିଟି ପ୍ରୋଟକଲ୍ ଏବଂ ଏନଟିଏର ପରିଚାଳନା ଉପରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ। କମିଟିକୁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମତତା ପାଇଁ ଏନଟିଏ ଦ୍ବାରା ପରିଚାଳିତା କିଛି ପ୍ରବେଶିକା ପରୀକ୍ଷା ବାତିଲ କରାଯାଇଛି । ଏହାପରେ ୭ ଜଣିଆ ସଦସ୍ୟଙ୍କୁ ନେଇ ସଂସ୍କାର କମିଟି ଗଠନ କରାଯାଇଥିଲା। ପୂର୍ବତନ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. ରାଧାକ୍ରିଷ୍ଣନକୁ ଏହି କମିଟିର ମୁଖ୍ୟ କରାଯାଇଥିଲା।

The post ସଂସଦରେ ନିଟ୍ ଝଡ ଜାରି । କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ । first appeared on Kanak News.