ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ରାଷ୍ଟ୍ରପତିଙ୍କ ଅଭିଭାଷଣ... The post ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଲେ ବିଜେଡି ସାଂସଦ appeared first on .

ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ଯବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ସସ୍ମିତ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ଦାବି ଉଠାଇଛନ୍ତି। କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ଯ ଶୀଘ୍ର ଶେଷ କରିବା, ଭୁବନେଶ୍ବର ଆଉଟର ରିଙ୍ଗରୋଡ, ଉପକୂଳ ରାଜପଥ ନିର୍ମାଣ ଭଳି ଦାବି ଉଠାଇଛନ୍ତି।

ଏଥିସହିତ ଓଡିଶା ପାଇଁ ଆବଶ୍ଯକ ବଳକା ୭ ଲକ୍ଷ ଆବାସ ଯୋଜନା ଘର ଯୋଗାଣ, ୧୬୯ ଜନଜାତୀଙ୍କୁ ଜନଜାତି ତାଲିକାଭୁକ୍ତ କରିବା, ହୋ, ମୁଣ୍ଡାରୀ, ଭୁମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦୀର୍ଘ ଦିନ ହେଲା ରାଜ୍ଯ ଦାବି କରିଆସୁଛି। କିନ୍ତୁ ଏହାକୁ ଏପର୍ଯ୍ଯନ୍ତ ଗ୍ରହଣ କରିନାହାଁନ୍ତି କେନ୍ଦ୍ର ସରକାର। ସେହିପରି କେନ୍ଦୁପତ୍ର ତୋଳାଳୀଙ୍କ ଆର୍ଥିକ ସ୍ବଚ୍ଛଳତା ପାଇଁ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଦାବିକୁ ଦୋହରାଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉତ୍କଳମଣୀଙ୍କ ନାଁ ଉଲ୍ଲେଖ କରିଥିବାରୁ ସେ ଧନ୍ଯବାଦ ଜଣାଇଥିଲେ।

The post ସଂସଦରେ ପୁଣି ଥରେ ରାଜ୍ଯ ସ୍ବାର୍ଥ ସମ୍ପର୍କିତ ଦାବି ଦୋହରାଇଲେ ବିଜେଡି ସାଂସଦ appeared first on .