ସଂସଦରେ ପ୍ରଦର୍ଶିତ ହେବ ‘ଛାୱା’
ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚ୍ଛାୱା’ ସଂସଦରେ ପ୍ରଦର୍ଶିତ ହେବ। ଚଳିତ ସପ୍ତାହର ଗୁରୁବାର ଦିନ ହିଁ ଏହି ଚଳଚ୍ଚିତ୍ର ସଂସଦର ବାଲୟୋଗୀ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ। ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଚଳଚ୍ଚିତ୍ର ଦେଖିବେ। ଏହା ସହିତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ସାମ୍ଭାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ […]

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚ୍ଛାୱା’ ସଂସଦରେ ପ୍ରଦର୍ଶିତ ହେବ। ଚଳିତ ସପ୍ତାହର ଗୁରୁବାର ଦିନ ହିଁ ଏହି ଚଳଚ୍ଚିତ୍ର ସଂସଦର ବାଲୟୋଗୀ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯିବ। ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଚଳଚ୍ଚିତ୍ର ଦେଖିବେ। ଏହା ସହିତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ସାମ୍ଭାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଭିକି କୌଶଲ ଏହି ଅବସରରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।