ସଂସଦରେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପସ୍ଥାପିତ, ବିରୋଧୀ କହିଲେ ଆଇନର ‘ହିନ୍ଦୀକରଣ’ କରୁଛନ୍ତି ସରକାର

ନୂଆଦିଲ୍ଲୀ ୫।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଗୁରୁବାର ବିରୋଧୀ ଦଳ ସଦସ୍ୟମାନେ ହିନ୍ଦୀ ଭାଷାରେ ଶୀର୍ଷକ ଥିବା ବିଧେୟକ ଆଣି ସରକାର ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି। ତେବେ ଶାସକ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି ବିରୋଧୀଙ୍କ ଉପରେ ଆରୋପ ଲଗାଇ କହିଛି ଯେ ସେମାନେ ଔପନିବେଶିକ ମାନସିକତାରେ ଲାଖି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପରେ ଚର୍ଚ୍ଚାକାଳରେ ବିରୋଧୀ ଦଳ ସାଂସଦମାନେ ଏପରି ଅଭିଯୋଗ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସାଗରିକା ଘୋଷ ବିଧେୟକର ନାମକୁ ନେଇ ଆପତ୍ତି କରିଥିବା ବେଳେ ଡିଏମକେର କାନି ମୋଝି ଓ ଏନ.ଭି.ଏନ.ସୋମୁ ସରକାରଙ୍କୁ ଏହି ନାମ ବଦଳେଇବାକୁ କହିଛନ୍ତି। ଗୁରୁବାର ସଂସଦରେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପସ୍ଥାପନ କରାଯାଇଛି। ଏହି ବିଧେୟକରେ ବିମାନ ବ୍ୟବସାୟକୁ ସହଜ କରିବା ସହିତ ଏ କ୍ଷେତ୍ରକୁ ନିବେଶ ଆକର୍ଶିତ କରିବା ଲାଗି ୯୦ ବର୍ଷ ପୁରୁଣା ବିମାନ ଅଧିନିୟମର ପରିବର୍ତ୍ତନ ଉଦ୍ୟମ କରାଯାଇଛି। ଏହି ବିଧେୟକର ନାମ ହିନ୍ଦୀରେ ହୋଇଥିବାରୁ ବିରୋଧୀ ଦଳର କେତେକ ସାଂସଦ ସରକାରଙ୍କ ଉପରେ ଆଇନର ହିନ୍ଦୀକରଣ ଅଭିଯୋଗ ଆଣିଛନ୍ତି। ଏହି ଅବସରରେ ଟିଏମସି ସାଂସଦ ସାଗରିକା ଘୋଷ କହିଛନ୍ତି ଯେ ଏତେ ସବୁ ଆଇନର ନାମ ହିନ୍ଦୀରେ କାହିଁକି? ଏହା ହିନ୍ଦୀ ଥୋପିବା ପରି ହେଉଛି। ୨୦୨୪ରେ ଲୋକଙ୍କ ଜନାଦେଶ ବିବିଧତା, ଲାଭାଂଶ ଓ ସଂଘୀୟ ସିଦ୍ଧା

ସଂସଦରେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପସ୍ଥାପିତ, ବିରୋଧୀ କହିଲେ ଆଇନର ‘ହିନ୍ଦୀକରଣ’ କରୁଛନ୍ତି ସରକାର

ନୂଆଦିଲ୍ଲୀ ୫।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଗୁରୁବାର ବିରୋଧୀ ଦଳ ସଦସ୍ୟମାନେ ହିନ୍ଦୀ ଭାଷାରେ ଶୀର୍ଷକ ଥିବା ବିଧେୟକ ଆଣି ସରକାର ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି। ତେବେ ଶାସକ ବିଜେପି ଅଭିଯୋଗକୁ ଖଣ୍ଡନ କରିଛି ବିରୋଧୀଙ୍କ ଉପରେ ଆରୋପ ଲଗାଇ କହିଛି ଯେ ସେମାନେ ଔପନିବେଶିକ ମାନସିକତାରେ ଲାଖି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପରେ ଚର୍ଚ୍ଚାକାଳରେ ବିରୋଧୀ ଦଳ ସାଂସଦମାନେ ଏପରି ଅଭିଯୋଗ କରିଛନ୍ତି। 

ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସାଗରିକା ଘୋଷ ବିଧେୟକର ନାମକୁ ନେଇ ଆପତ୍ତି କରିଥିବା ବେଳେ ଡିଏମକେର କାନି ମୋଝି ଓ ଏନ.ଭି.ଏନ.ସୋମୁ ସରକାରଙ୍କୁ ଏହି ନାମ ବଦଳେଇବାକୁ କହିଛନ୍ତି। ଗୁରୁବାର ସଂସଦରେ ‘ଭାରତୀୟ ବାୟୁଯାନ ବିଧେୟକ-୨୦୨୪’ ଉପସ୍ଥାପନ କରାଯାଇଛି। ଏହି ବିଧେୟକରେ ବିମାନ ବ୍ୟବସାୟକୁ ସହଜ କରିବା ସହିତ ଏ କ୍ଷେତ୍ରକୁ ନିବେଶ ଆକର୍ଶିତ କରିବା ଲାଗି ୯୦ ବର୍ଷ ପୁରୁଣା ବିମାନ ଅଧିନିୟମର ପରିବର୍ତ୍ତନ ଉଦ୍ୟମ କରାଯାଇଛି। 

ଏହି ବିଧେୟକର ନାମ ହିନ୍ଦୀରେ ହୋଇଥିବାରୁ ବିରୋଧୀ ଦଳର କେତେକ ସାଂସଦ ସରକାରଙ୍କ ଉପରେ ଆଇନର ହିନ୍ଦୀକରଣ ଅଭିଯୋଗ ଆଣିଛନ୍ତି। ଏହି ଅବସରରେ ଟିଏମସି ସାଂସଦ ସାଗରିକା ଘୋଷ କହିଛନ୍ତି ଯେ ଏତେ ସବୁ ଆଇନର ନାମ ହିନ୍ଦୀରେ କାହିଁକି? ଏହା ହିନ୍ଦୀ ଥୋପିବା ପରି ହେଉଛି। ୨୦୨୪ରେ ଲୋକଙ୍କ ଜନାଦେଶ ବିବିଧତା, ଲାଭାଂଶ ଓ ସଂଘୀୟ ସିଦ୍ଧାନ୍ତ ଲାଗିଥିଲା, ହେଲେ ସରକାର ଆଇନର ହିନ୍ଦୀକରଣ ଉପରେ ଅଡି ଯାଇଛନ୍ତି। 

ଏହିକ୍ରମରେ ଡିଏମକେ ସାଂସଦ କାନି ମୋଝି ଓ ଏନ.ଭି.ଏନ.ସୋମୁ ଆଇନର ନାମ ହିନ୍ଦୀରେ ହୋଇଥିବାରୁ ଆପତ୍ତି କରିଥିଲେ ଓ କେନ୍ଦ୍ର ସରକାର ବିଧେୟକର ଶୀର୍ଷକ ବଦଳାଇ ବିମାନ ବିଧେୟକ ୨୦୨୪ କରି ଦିଅନ୍ତୁ ବୋଲି କହିଥିଲେ। ହିନ୍ଦୀ କହି ପାରୁନଥିବା ଲୋକଙ୍କ ଉପରେ ହିନ୍ଦୀ ନ ଥାପିବାକୁ ସେମାନେ କହିଥିଲେ। ସେହିପରି ୱାଇଆରଏସସିପିର ଏସ୍. ନିରଞ୍ଜନ ରେଡ୍ଡୀ ମଧ୍ୟ ବିଧେୟକର ନାମକରଣ ଉପରେ ପୁନର୍ବିଚାର କରିବାକୁ କହିଛନ୍ତି। ଏଥିପାଇଁ ନୁହେଁ ଯେ ହିନ୍ଦୀ ଥୋପିବାର ଅଭିଯୋଗ ପାଇଁ ଏଥି ପାଇଁ ଯେ ଏହା ସାମ୍ବିଧାନିକ ଆବଶ୍ୟକତା ବୋଲି କହିଛନ୍ତି। 

ରେଡ୍ଡୀ କହିଛନ୍ତି ଯେ ମୁଁ ଦେଶର ୫୬ ପ୍ରତିଶତ ଭାରତୀୟ ଜନସଂଖ୍ୟା ପକ୍ଷରୁ କହିବାକୁ  ଚାହୁଁଛି ଯେଉଁମାନଙ୍କ ମାତୃଭାଷା ହିନ୍ଦୀ ନୁହେଁ। ତେବେ ସେ ବିଧେୟକକୁ ବିରୋଧ କରୁନଥିବା କହିଛନ୍ତି। ତେବେ ବିଜେପିର ଘନଶ୍ୟାମ ତିୱାରୀ ‘ହିନ୍ଦୀ ଥୋପିବା’ର ଅଭିଯୋଗ କୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସଦନରେ ଏହି ବିଧେୟକକୁ ଜଣେ ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଛି ଯିଏ ନିଜେ ତେଲଗୁ ଭାଷୀ। ସେ କହିଛନ୍ତି ଯେ ଏହି ପଦକ୍ଷେପ ସାମ୍ବିଧାନିକ ପ୍ରାବଧାନ ଅନୁସାରେ ନିଆଯାଇଛି।