ସଂସଦରେ ୪୫ ମିନିଟ୍ ଭାଷଣ ରଖିଛନ୍ତି ରାହୁଲ ଗାନ୍ଧି, ୩୪ଥର ନେଇଛନ୍ତି ଚୀନ୍ ର ନାମ, ଜାଣନ୍ତୁ ବିଜେପି କହୁଛି କ’ଣ?
ନୂଆଦିଲ୍ଲୀ ୩।୨: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ସଂସଦରେ ଦୀର୍ଘ ଭାଷଣ ଦେଇଛନ୍ତି। ସେ ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଗୃହରେ ଭାଷଣ ରଖିଥିବାବେଳେ ଦେଶର ପ୍ରାୟ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରୋଜଗାର, ପ୍ରଡକ୍ସନ, ଦେଶର ସୀମା ଭଳି ପ୍ରସଙ୍ଗରେ ସେ ଅନେକ୍ ବାର ଚୀନ୍ର ନାମ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୪୫ମିନିଟର ଭାଷଣରେ ରାହୁଲ ୩୦ରୁ ଅଧିକ ଥର ଚୀନର ଉଦାହରଣ ଦେଇଛନ୍ତି। ଏହାକୁ ନେଇ ଏବେ ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛି। ବିଜେପି ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି ଯେ ‘ରାହୁଲଙ୍କ ଚୀନ୍ ସହ ଏହି ସମ୍ପର୍କ କଣ କହୁଛି?’ତେବେ ଆସନ୍ତୁ ଜାଣିବା ରାହୁଲ ଗାନ୍ଧିଙ୍କ ଭାଷଣର ଗୁରୁତ୍ୱପୂର୍ଣ୍ଣ ବିଷୟ। ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତର ଭବିଷ୍ୟତ ଦେଶର ଯୁବକମାନେ ନିର୍ଦ୍ଧାରଣ କରିବେ। ମୁଁ ଯାହା କହିବାକୁ ଚାହୁଁଛି ସେଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ସହମତ ହେବେ। ସେ କହିଛନ୍ତି ଯେ ୟୁପିଏର ସରକାର ହେଉ ବା ଏନଡିଏର ଆମେ ବେକାରୀ ସମସ୍ୟା ମୁକାବିଲାରେ ବିଫଳ ହୋଇଛେ। ପ୍ରଧାନମନ୍ତ୍ରୀ ମୋଦି ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି ଏହାର ଫଳାଫଳ ଆପଣମାନଙ୍କ ସାମ୍ନାରେ। ମେନୁଫେକ୍ଚରିଂ ହାର ହ୍ରାସ ହୋଇଛି ଓ ପ୍ରଧାନମନ୍ତ୍ରୀ ଉଦ୍ୟମ କରିଛନ୍ତି କିନ୍ତୁ ସେ ବିଫଳ ହୋଇଛନ୍ତି। ଆମେ ଏହାକୁ
ନୂଆଦିଲ୍ଲୀ ୩।୨: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋମବାର ସଂସଦରେ ଦୀର୍ଘ ଭାଷଣ ଦେଇଛନ୍ତି। ସେ ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଗୃହରେ ଭାଷଣ ରଖିଥିବାବେଳେ ଦେଶର ପ୍ରାୟ ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରୋଜଗାର, ପ୍ରଡକ୍ସନ, ଦେଶର ସୀମା ଭଳି ପ୍ରସଙ୍ଗରେ ସେ ଅନେକ୍ ବାର ଚୀନ୍ର ନାମ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୪୫ମିନିଟର ଭାଷଣରେ ରାହୁଲ ୩୦ରୁ ଅଧିକ ଥର ଚୀନର ଉଦାହରଣ ଦେଇଛନ୍ତି।
ଏହାକୁ ନେଇ ଏବେ ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛି। ବିଜେପି ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି ଯେ ‘ରାହୁଲଙ୍କ ଚୀନ୍ ସହ ଏହି ସମ୍ପର୍କ କଣ କହୁଛି?’ତେବେ ଆସନ୍ତୁ ଜାଣିବା ରାହୁଲ ଗାନ୍ଧିଙ୍କ ଭାଷଣର ଗୁରୁତ୍ୱପୂର୍ଣ୍ଣ ବିଷୟ।
ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତର ଭବିଷ୍ୟତ ଦେଶର ଯୁବକମାନେ ନିର୍ଦ୍ଧାରଣ କରିବେ। ମୁଁ ଯାହା କହିବାକୁ ଚାହୁଁଛି ସେଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ସହମତ ହେବେ। ସେ କହିଛନ୍ତି ଯେ ୟୁପିଏର ସରକାର ହେଉ ବା ଏନଡିଏର ଆମେ ବେକାରୀ ସମସ୍ୟା ମୁକାବିଲାରେ ବିଫଳ ହୋଇଛେ। ପ୍ରଧାନମନ୍ତ୍ରୀ ମୋଦି ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି ଏହାର ଫଳାଫଳ ଆପଣମାନଙ୍କ ସାମ୍ନାରେ। ମେନୁଫେକ୍ଚରିଂ ହାର ହ୍ରାସ ହୋଇଛି ଓ ପ୍ରଧାନମନ୍ତ୍ରୀ ଉଦ୍ୟମ କରିଛନ୍ତି କିନ୍ତୁ ସେ ବିଫଳ ହୋଇଛନ୍ତି।
ଆମେ ଏହାକୁ ଚୀନ୍ ହାତକୁ ଟେକିଦେଲୁ
ରାହୁଲ ଗାନ୍ଧି କହିଛନ୍ତି ଯେ ଏକ ଦେଶ ରୂପେ ଆମେ ପ୍ରଡକ୍ସନ ଅର୍ଗାନାଇଜେସନରେ ବିଫଳ ହୋଇଛୁ। ଆମେ ଏହାକୁ ଚୀନ୍ ହାତକୁ ଟେକି ଦେଇଛେ। ଆମେ ମୋବାଇଲ ଫୋନ ଚଳାଉ କି ଚାଇନିଜ୍ ଟି-ସାର୍ଟ ପିନ୍ଧୁ ଆମେ ଚୀନ୍କୁ ହିଁ ଟ୍ୟାକ୍ସ ଦେଉଛେ। ଯଦି ଶେଷଥର କୌଣସି କ୍ରାନ୍ତି ଆସିଥିଲା ତାହା କମ୍ପ୍ୟୁଟର କ୍ଷେତ୍ରରେ ଥିଲା। ସେତେବେଳେ ଆମ ସରକାର ନିଷ୍ପତ୍ତି ନେଇଥିଲେ ଯେ ଆମେ ସଫ୍ଟୱେର ଡେଭଲପମେଣ୍ଟ ଉପରେ ଫୋକସ କରିବୁ।
45 मिनट की स्पीच में 34 बार चीन का नाम!
राहुल जी का चीन से 'ये रिश्ता क्या कहलाता है'? pic.twitter.com/RaEROmwD0a— Vinod Tawde (@TawdeVinod) February 3, 2025
ଏହା ମେଡ-ଇନ-ଇଣ୍ଡିଆ ନୁହେଁ ଆସେମ୍ବଲ୍ଡ ଇନ ଇଣ୍ଡିଆ
କଂଗ୍ରେସ ସାଂସଦ କହିଛନ୍ତି ଯେ ବଞ୍ଚିତ ବର୍ଗଙ୍କ ଭାଗିଦାରୀ ଓ ଇଲେକ୍ଟ୍ରିକ୍ ବାହନ, ଡାଟା ଏବଂ ଏଆଇ ସମ୍ପର୍କିତ କ୍ରାନ୍ତିରେ ଅଂଶଗ୍ରହଣ କରି ଆମେ ଚୀନ୍କୁ ପଛରେ ପକାଇ ପାରିବା। ସେ ମୋବାଲ ଫୋନ ଦେଖାଇ ଗୃହରେ କହିଛନ୍ତି ଯେ ଏହା ମେଡ ଇନ୍ ଇଣ୍ଡିଆ ନୁହେଁ ଏହା ଆସେମ୍ବଲଡ୍ ଇନ ଇଣ୍ଡିଆ। ରାହୁଲ କହିଛନ୍ତି ଯେ ଦୁଇଟି ସମାନ୍ତର ରାସ୍ତା ରହିଛି, ଏହା ଉପରେ ଆମକୁ ଜୋର ଦେବାକୁ ପଡିବ। ପ୍ରଥମେ ସବୁସ୍ଥାନରେ ଓବିସି, ଆଦିବାସୀ ଓ ଦଳିତଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ପଡିବ, ପଇସାର ସମାନ ବିତରଣ କରିବାକୁ ପଡିବ। ଦ୍ୱିତୀୟ କଥା ହେଉଛି ଇଲେକ୍ଟ୍ରିକ୍ ବାହନ, ବ୍ୟାଟେରୀ, ସୌର ଶକ୍ତି କ୍ଷେତ୍ରରେ ଆମେ ଚୀନ୍କୁ ହରାଇବା। ଚୀନ୍ ଆମଠୁ ୧୦ବର୍ଷ ଆଗରେ ରହିଛି।
ଚୀନ୍ ଅନୁପ୍ରବେଶ କରି ବସିଛି
କଂଗ୍ରେସ ନେତା ସୁରକ୍ଷା ପ୍ରସଙ୍ଗରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଚୀନ୍ ଆମ ଦେଶ ଭିତରକୁ ଅନୁପ୍ରବେଶ କରି ବସିଛି କିନ୍ତୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱୀକାର କରୁ ନାହାନ୍ତି, କିନ୍ତୁ ସେନା ଏ କଥାକୁ ମାନୁଛି। ପ୍ରଧାନମନ୍ତ୍ରୀ ଚୀନ୍ ଅନୁପ୍ରବେଶକୁ ଅସ୍ୱୀକାର କରିପାରନ୍ତି, ସେନାମୁଖ୍ୟ କହୁଛନ୍ତି ତାଙ୍କ ସୈନିକ ଆମ କ୍ଷେତ୍ରରେ ଅଛନ୍ତି। ଭାରତରେ ଚୀନ୍ ଏଥି ପାଇଁ ବସିଛି କାରଣ ଆମର ମେକ୍ ଇନ ଇଣ୍ଡିଆ ଫେଲ ହୋଇଯାଇଛି।
୪୫ ମିନିଟର ଭାଷଣରେ ୩୪ଥର ଚୀନ୍ର ନାମ
ରାହୁଲ ଗାନ୍ଧିଙ୍କ ଭାଷଣରେ ବାରମ୍ବାର ଚୀନ୍ ଉଲ୍ଲେଖ କରାଯାଇଥିବାରୁ ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାବଡେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ଏ ନେଇ ସେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିବା ବେଳେ ୪୫ ମିନିଟର ଭାଷଣରେ ୩୪ଥର ଚୀନ୍ ନାଁ, ରାହୁଲଙ୍କ ଚୀନ୍ ସହ ଏହି ସମ୍ପର୍କ କଣ କହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।