ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ, ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ

ଚଳିତବର୍ଷ ରଥଟଣାରେ ଅହେତୁକ ବିଳମ୍ବ । କୌଣସି ଗୋଟିଏ ବି ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ପାରିନାହିଁ । ଆଜି ଅଳ୍ପ କିଛି ବାଟ ଗଡ଼ି ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ ରଥ । ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ ଛକ ନିକଟରେ ଅଟକି ରହିଛି । ସକାଳେ ପୁଣି ହେବ ରଥଟଣା । ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ ବୋଲି […] The post ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ, ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ appeared first on Odisha.News.

ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ, ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ

ଚଳିତବର୍ଷ ରଥଟଣାରେ ଅହେତୁକ ବିଳମ୍ବ । କୌଣସି ଗୋଟିଏ ବି ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ପାରିନାହିଁ । ଆଜି ଅଳ୍ପ କିଛି ବାଟ ଗଡ଼ି ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ ରଥ । ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ ଛକ ନିକଟରେ ଅଟକି ରହିଛି । ସକାଳେ ପୁଣି ହେବ ରଥଟଣା ।

ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ଭାବ ଭକ୍ତିମୟ ପରିବେଶ ଭିତରେ ଉଛୁଳୁଛି ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ରଥାରୁଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆଜି ନିର୍ଦ୍ଧାରିତ ସମୟଠୁ ସାମାନ୍ୟ ବିଳମ୍ବରେ ସମସ୍ତ ନୀତିକାନ୍ତି ହୋଇଥିଲା । ପହଣ୍ଡି, ଅନ୍ୟାନ୍ୟ ନୀତିକାନ୍ତି ଓ ଗଜପତି ସୁନା ଖଡ଼ିକାରେ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା ।

ଏହାପରେ ମା’ ସୁଭଦ୍ରା ଓ ସବା ଶେଷରେ ଗଡ଼ିଥିଲା ନନ୍ଦିଘୋଷ ରଥ । ତେବେ ଅଳ୍ପ କିଛି ଗଡ଼ି ସିଂହଦ୍ବାର ନିକଟରେ ଅଟକିଛି କାଳିଆର ନନ୍ଦିଘୋଷ ରଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଜନସମୁଦ୍ର ହୋଇପଡିଛି । ରାଜ୍ୟ, ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି ।

The post ସକାଳ ସାଢେ ୯ଟାରେ ରଥଟଣା ଆରମ୍ଭ ହେବ, ସିଂହଦ୍ବାର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ appeared first on Odisha.News.