ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ

କାବୁଲ,୨୯।୩: ଆଫଗାନିସ୍ତାନରେ ଶନିବାର ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ ୪:୫୧ ଏବଂ ୫:୧୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁ ଲୋକମାନେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ଗତକାଲି ମିଆଁମାର ଏବଂ ଥାଇଲାଣ୍ଡରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ୮ ଦିନ ପୂର୍ବେ, ମାର୍ଚ୍ଚ ୨୧ରେ, ଆଫଗାନିସ୍ତାନରେ ୪.୯ […] The post ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ appeared first on Dharitri Odia News.

ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ

କାବୁଲ,୨୯।୩: ଆଫଗାନିସ୍ତାନରେ ଶନିବାର ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ ୪:୫୧ ଏବଂ ୫:୧୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁ ଲୋକମାନେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ। କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ। ଗତକାଲି ମିଆଁମାର ଏବଂ ଥାଇଲାଣ୍ଡରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା।

୮ ଦିନ ପୂର୍ବେ, ମାର୍ଚ୍ଚ ୨୧ରେ, ଆଫଗାନିସ୍ତାନରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ରିପୋର୍ଟ ଅନୁସାରେ, ଏହାର କେନ୍ଦ୍ରସ୍ଥଳ ପୃଥିବୀର ୧୬୦ କିଲୋମିଟର ତଳେ ଥିଲା। ମାର୍ଚ୍ଚ ୧୩ ତାରିଖରେ ଆଫଗାନିସ୍ତାନରେ ମଧ୍ୟ ପୃଥିବୀ ଥରି ଉଠିଥିଲା, ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

The post ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ appeared first on Dharitri Odia News.