ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ
ସାଣ୍ଟିଆଗୋ,୩।୧୨: ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂକମ୍ପ। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଲାମା ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଭୂକମ୍ପ ଅନୁଭୂତ ହେବାପରେ ଲୋକେ ଭୟଭୀତ ହୋ ଘରୁ ବାହାରକୁ ପଳାଇଆସିଥିଲେ। ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ […] The post ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ appeared first on Dharitri Odia News.
ସାଣ୍ଟିଆଗୋ,୩।୧୨: ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂକମ୍ପ। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଲାମା ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଭୂକମ୍ପ ଅନୁଭୂତ ହେବାପରେ ଲୋକେ ଭୟଭୀତ ହୋ ଘରୁ ବାହାରକୁ ପଳାଇଆସିଥିଲେ। ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିରେ ଭୂକମ୍ପ ପ୍ରତ୍ୟେକ ଘରେ କିପରି କମ୍ପିତ ହୋଇଛି ତାହା ସ୍ପଷ୍ଟ ଭାବରେ ଦେଖାଯାଇପାରେ। ତେବେ ଏହା ଚିଲି ଭୂକମ୍ପର କି ନାହିଁ ତାହା ନିଶ୍ଚିତ ହୋଇନାହିଁ।
The post ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ appeared first on Dharitri Odia News.