ସକାଳୁ ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ଏକାଧିକ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର: ଖରାରୁ ମିଳିଲା ଆଶ୍ଵସ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ସକାଳୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷୁଛି । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ ନେଇ ସୂଚନା ମିଳିଛି । ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ଏକାଧିକ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ […] The post ସକାଳୁ ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ଏକାଧିକ ଜିଲ୍ଲାକୁ ସତର୍କ ସୂଚନା ଜାରି appeared first on KNews Odisha.

ଭୁବନେଶ୍ୱର: ଖରାରୁ ମିଳିଲା ଆଶ୍ଵସ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ସକାଳୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷୁଛି । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ ନେଇ ସୂଚନା ମିଳିଛି । ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ଏକାଧିକ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତକାଲି ଠାରୁ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଗତକାଲି କଟକ, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହୋଇଥିଲା । ବର୍ଷା ସହ ଜୋରସୋର ପବନ ହୋଇଥିଲା । ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ଼ ସହ ଟ୍ରପ ଲାଇନ ଯୋଗୁ ବର୍ଷା ହେବ। ବିଶେଷ କରି ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ।
ଆହୁରି ପଢ଼ନ୍ତୁ : ରାଜ୍ୟରେ ୫ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ବର୍ଷା, ପବନ ସହ କୂଆ ପଥର ବର୍ଷାକୁ ନେଇ ବି ସତର୍କତା ଜାରି
The post ସକାଳୁ ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ଏକାଧିକ ଜିଲ୍ଲାକୁ ସତର୍କ ସୂଚନା ଜାରି appeared first on KNews Odisha.